ମୁହଁ ଖୋଲିଲେ ଆଦିତ୍ୟ; ମୋ ବିରୋଧରେ ସମସ୍ତ ଅଭିଯୋଗ ଭିତ୍ତିହୀନ
ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ନୀରବତା ଭାଙ୍ଗିଛନ୍ତି ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅତି ନିମ୍ନ ଧରଣର ରାଜନୀତି କରାଯାଉଛି।

ମୁମ୍ୱାଇ: ବହୁଚର୍ଚ୍ଚିତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ନୀରବତା ଭାଙ୍ଗିଛନ୍ତି ମହାରାଷ୍ଟ୍ର ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧଭ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମତେ ଚକ୍କିତ ଓ ଦୁଃଖି କରିଦେଇଛି। ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅତି ନିମ୍ନ ଧରଣର ରାଜନୀତି କରାଯାଉଛି। କିନ୍ତୁ, ମୋ ବାପା ଓ ପରିବାର ଉପରେ ଅନେକ ଅଭିଯୋଗ କରାଯାଉଛି।
ଆଦିତ୍ୟ କହିଛନ୍ତି, ” ଏହି ମାମଲାରେ ମୋର କୌଣସି ସମ୍ପର୍କ ନାହିଁ। ଅନେକ ଲୋକଙ୍କ ଜୀବନ ଏହା ଉପରେ ନିର୍ଭର କରୁଛି। ବଲିଉଡରେ ମୋର ଅନେକ ଲୋକଙ୍କ ସହ ସମ୍ପର୍କ ରହିଛି, ଯାହା କୌଣସି ଅପରାଧ ନୁହେଁ। ଏହି ଘଟଣାକୁ ନେଇ ମୁମ୍ବାଇ ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ଏବଂ ମହାରାଷ୍ଟ୍ର ପୋଲିସ ସାରା ବିଶ୍ୱରେ ପ୍ରସିଦ୍ଧ। ”
ପୋଲିସର ପ୍ରୋଟୋକଲରେ ବିଶ୍ୱାସ କରୁନଥିବା ଲୋକମାନେ ତଦନ୍ତରେ ବିଭ୍ରାନ୍ତିକରଣ କରୁଛନ୍ତି। ଆଦିତ୍ୟ ଆହୁରି କହିଛନ୍ତି, ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ। ସ୍ୱର୍ଗତ ବାଲ ଠାକରେଙ୍କ ନାତି ଭାବରେ ମୁଁ ଆପଣଙ୍କୁ କହିବି,ମୁଁ ଏଭଳି କିଛି ବି କହିବି ନାହିଁ ଯାହା ଦ୍ୱାରା ମହାରାଷ୍ଟ୍ର, ଶିବସେନା କିମ୍ବା ଠାକରେଙ୍କ ପ୍ରତିଛବିକୁ ନଷ୍ଟ କରିବ।
ଏହି ମାମଲାରେ ଯଦି କୌଣସି ବ୍ୟକ୍ତି କିଛି ବି ଜାଣିଛନ୍ତି, ସେମାନେ ପୋଲିସକୁ ସହଯୋଗ କରିବା ଦରକାର।