Breaking PLUSଦେଶ ବିଦେଶମୁଖ୍ୟ ଖବରରାଜନୀତି

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୋରୋନା

କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଆଜି ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ନୂଆଦିଲ୍ଲୀ: ମହାମାରୀ କୋରୋନାର କରାଳ ରୂପ ଦିନକୁ ଦିନ ବେଶ ଭୟଙ୍କର ହେବାରେ ଲାଗିଛି। କୋରୋନାର ଏହି ତାଣ୍ଡବରୁ ବଞ୍ଚିପାରୁନାହାନ୍ତି କୌଣସି ସାଧାରଣ ଲୋକ କିମ୍ୱା ମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଆଜି ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ଗୁରୁଗାଓଁ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ପ୍ରଧାନଙ୍କ କିଛି କର୍ମଚାରୀଙ୍କ ରିପୋର୍ଟ କୋଭିଡ଼-୧୯ ପଜିଟିଭ୍ ଆସିଥିଲା । ଏହାପରେ ମନ୍ତ୍ରୀ ନିଜକୁ ସଙ୍ଗରୋଧରେ ରଖିଥିଲେ । ଯାହାକୁ ନେଇ ସେ ଗତ କ୍ୟାବିନେଟ୍ ବୈଠକରେ ମଧ୍ୟ ଯୋଗ ଦେଇ ନ ଥିଲେ । ସୂଚନାଯୋଗ୍ୟ ଯେ ଗତ ରବିବାର କୋରୋନା ସଂକ୍ରମିତ ହୋଇଥିବା କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିକିତ୍ସା ନିମନ୍ତେ ମେଦାନ୍ତରେ ଭର୍ତି କରାଯାଇଛି ।

Show More

Related Articles

Back to top button