Breaking PLUSଓଡ଼ିଶାମୁଖ୍ୟ ଖବର

ଚଳିତ ମାସ ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ ପରୀକ୍ଷା ଫଳ

ଅଗଷ୍ଟ ମାସର ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏ ନେଇ ସୂଚନା ଦେଲେ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଭୁବନେଶ୍ୱର: ଅଗଷ୍ଟ ମାସର ତୃତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ। ଏ ନେଇ ସୂଚନା ଦେଲେ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀଙ୍କ କହିବା ଅନୁସାରେ, ଚଳିତ ବର୍ଷ ଯୁକ୍ତି ଦୁଇ ଖାତା ଦେଖିବାରେ ବିଳମ୍ୱିତ ହୋଇଛି। ତେଣୁ ପରୀକ୍ଷା ଫଳ ପ୍ରକାଶ ପାଇବାରେ ବିଳମ୍ୱ ହୋଇଛି। ବର୍ତ୍ତମାନ ଦେଖାଯାଉଥିବା ଖାତା ଦେଖା ଅନୁସାରେ, ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ । ସେହିପରି ଯୁକ୍ତ ଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।
ସିବିଏସଇ ଓ ଆଇସିଏସଇର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇ ସାରିଥିବାରୁ ଓଡିଶା ସିଏଚସିଇ ଦ୍ୱାରା ପରିଚାଳିତ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ତାକୁ ନେଇ ଚିନ୍ତାରେ ଅଛନ୍ତି ଛାତ୍ରଛାତ୍ରୀ । କାରଣ ପରୀକ୍ଷା ଫଳ ବାହାରିବାରେ ବିଳମ୍ବ ହେବାରୁ ସେମାନଙ୍କ ଭବିଷ୍ୟତ ପାଠପଢ଼ା ପ୍ରଭାବିତ ହେବାର ଆଶଙ୍କା ରହିଛି।

Show More

Related Articles

Back to top button