ଦେଶ ବିଦେଶବାଣିଜ୍ୟ

ଆରବିଆଇ ଗଭର୍ଣ୍ଣର: ଅଳ୍ପ ସମୟରେ ଅଧିକ ରିଟର୍ଣ୍ଣ ପାଇବା ଆଶା, ନିବେଶକ ସାବଧାନ

ଅଳ୍ପ ସମୟରେ ମୋଟା ଅର୍ଥ ଆୟ କରିବା ପଛରେ ଦୌଡିବା ସମୟରେ ରୁହନ୍ତୁ ସାବଧାନ। କାରଣ ଏଥିରେ ବଡ ରିସ୍କ ରହିଥାଏ। ନିବେଶକଙ୍କୁ ଏମିତି ସତର୍କ କରାଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ଗଭର୍ଣ୍ଣର ଦାସ କହିଛନ୍ତି ନିବେଶକ କିମ୍ବା ଜମାକାରୀଙ୍କୁ ନିଜକୁ ନିଜେ ବୁଦ୍ଧିମାନ ହେବାର ଆବଶ୍ୟକତା ରହିଛି। ଏହା ଧ୍ୟାନ ରଖିବା ଗୁରୁତ୍ଵପୂର୍ଣ୍ଣ ଯେ, ଉଚ୍ଚ ରିଟର୍ଣ୍ଣ କିମ୍ବା ଅଧିକ ସୁଧ ଦରରେ ସର୍ବଦା ରିସ୍କ ରହିଥାଏ। ଅଧିକ ସୁଧ କିମ୍ବା ଅଧିକ ରିଟର୍ଣ୍ଣ ପାଇବ ଚକ୍କରରେ ଟଙ୍କା ଲଗାଇବା ପୂର୍ବରୁ ବହୁତ ସାବଧାନ ରହିବା ଉଚିତ୍।

ଦିଲ୍ଲୀରେ ଆୟୋଜିତ ‘ଡିପୋଜିଟର୍ସ ଫାଷ୍ଟ’ କାର୍ଯ୍ୟକ୍ରମରେ ଗଭର୍ଣ୍ଣର ଦାସ କହିଛନ୍ତି, ରିଜର୍ଭ ବ୍ୟାଙ୍କ ଏହାକୁ ନେଇ ପ୍ରତିବଦ୍ଧ ଯେ, ବ୍ୟାଙ୍କିଙ୍ଗ ପ୍ରକ୍ରିୟା ମଜବୁତ ଏବଂ ସରଳ ରହିବା ଉଚିତ୍। ମାତ୍ର ଏହା ଉଭୟ ବ୍ୟାଙ୍କ ଏବଂ ଗ୍ରାହକଙ୍କ ଦାୟିତ୍ଵ। ସେ ହିତଧାରକ ହୁଅନ୍ତୁ କି ବ୍ୟାଙ୍କର ପ୍ରବନ୍ଧକ, ବ୍ୟାଙ୍କ ବୋର୍ଡ ହୁଅନ୍ତୁ କି, ବ୍ୟାଙ୍କର ବିଭିନ୍ନ ସମିତି ହୁଅନ୍ତୁ, ଲେଖା ପରୀକ୍ଷା ସମିତି କିମ୍ବା ଅନ୍ୟ କୌଣସି ନିୟାମକ ପ୍ରାଧିକରଣ ହୁଅନ୍ତୁ, ସଭିଙ୍କର ମିଳିତ ଦାୟିତ୍ଵ ରହିଛି।

Show More

Related Articles

Back to top button