Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ରାୟଗଡ଼ାରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଆଜିଠୁ ରାୟଗଡ଼ା ଜିଲ୍ଲା ବାସୀଙ୍କୁ ମିଳିବ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅର୍ନ୍ତଗତ ସ୍ମାର୍ଟ ହେଲଥ କାର୍ଡ଼ର ସୁବିଧା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ । ସ୍ଥାନୀୟ ଜିସିଡ଼ି ପଡ଼ିଆରେ ଏହି କାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବା ପରେ ଅନ୍ୟ ମନ୍ତ୍ରୀଗଣ ଏହି କାର୍ଡ଼ ବଣ୍ଟନ କରିବେ ।

ଏହାସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯିବ । କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପ୍ରମୁଖ ଯୋଗଦେବେ । ଏହାସହ ଜିଲ୍ଲାର ସମସ୍ତ ବିଧାୟକ ଓ ରାଜ୍ୟର ଅନ୍ୟ ନିଗମ ଅଧ୍ୟକ୍ଷମାନେ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ଏହି ଯୋଜନା ଦ୍ୱାରା ଜିଲ୍ଲାର ୧୧ଟି ବ୍ଲକର ୨ଲକ୍ଷ ୫୨ହଜାର ୧୯୧ପରିବାରର ୮ଲକ୍ଷ ୩୪ହଜାର ୫୭୦ଜଣ ହିତାଧିକାରୀ ଉପକୃତ ହେବେ ।

Show More

Related Articles

Back to top button