Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଭାରତୀୟ ଶିକ୍ଷାର୍ଥୀ ଓ ପର୍ଯ୍ୟଟକଙ୍କୁ ଆଶ୍ୱସ୍ତି

କୋଭାକ୍ସିନକୁ ମିଳିଲା ବ୍ରିଟେନର ଅନୁମତି

ଭାରତରେ ବ୍ୟବହୃତ ହେଉଥିବା କୋଭାକ୍ସିନ ଟିକାର ଦୁଇଟି ଯାକ ଡୋଜ ନେଇଥିବା ଶିକ୍ଷାର୍ଥୀ ଓ ପର୍ଯ୍ୟଟକଙ୍କୁ ବଡ଼ ଆଶ୍ୱସ୍ତି । ଗତକାଲି ବ୍ରିଟେନ ସରକାର କୋଭାକ୍ସିନ ଟିକାକୁ ମାନ୍ୟତା ପ୍ରଦାନ କରିଛନ୍ତି । ଏହାର ଅର୍ଥ ଯେଉଁ ବିଦେଶୀ ଶିକ୍ଷାର୍ଥୀ ଓ ପର୍ଯ୍ୟଟକମାନେ କୋଭାକ୍ସିନ ଟିକା ନେଇଥିବେ, ସେମାନଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ।

ପୂର୍ବରୁ ବ୍ରିଟେନ ସରକାର ଏହା ଉପରେ ପ୍ରତିବନ୍ଧକ ଲଗାଇ ଥିବାରୁ ସେଠାକୁ ପାଠପଢ଼ିବା ପାଇଁ ଯିବାକୁ ଥିବା ଶିକ୍ଷାର୍ଥୀମାନେ ଚିନ୍ତାରେ ରହିଥିଲେ । ସେହିପରି ପର୍ଯ୍ୟଟକମାନେ ବ୍ରିଟେନ ଯିବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ବୋଲି ଆଶଙ୍କା କରିଥିଲେ । ତେବେ ଗତକାଲି ବ୍ରିଟେନ ସରକାର ଭାରତ ଓ ଚାଇନାରେ ବ୍ୟବହୃତ ହେଉଥିବା କରୋନା ଟିକା ନେଇଥିବା ଲୋକଙ୍କୁ ନିଜ ଦେଶରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।

ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ କହିଛି, ଚାଇନାର ସିନୋଭାକ ବାୟୋଟେକ ଲିଃ ଓ ଭାରତର ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ଟିକାକୁ ଅନୁମୋଦନ ମିଳିଛି । ଏହି ଦୁଇ କମ୍ପାନୀର ଟିକା ନେଇଥିବା ଲୋକଙ୍କୁ ବ୍ରିଟେନରେ ପ୍ରବେଶ ପାଇଁ ଅନୁମତି ମିଳିବ । ଦୁଇଟି ଯାକ ଡୋଜ ନେଇଥିବା ଲୋକ ଉପଯୁକ୍ତ ପ୍ରମାଣପତ୍ର ଦେଖାଇ ବ୍ରିଟେନକୁ ଆସିପାରିବେ ବୋଲି ବିଭାଗ କହିଛି ।

ବର୍ତ୍ତମାନ ସୁଦ୍ଧା କୋଭାକ୍ସିନ ସମେତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତିପ୍ରାପ୍ତ ସମସ୍ତ ୭ଟି ଟିକାକୁ ବ୍ରିଟେନ ଗ୍ରୀନ ସିଗ୍ନାଲ ଦେଇଛି । ପୂର୍ବରୁ ଅଷ୍ଟ୍ରେଲିଆ ଓ ଆମେରିକା ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଅନୁମତି ପ୍ରାପ୍ତ ଟିକାର ଦୁଇଟି ଯାକ ଡୋଜ ନେଇଥିବା ଲୋକଙ୍କ ପାଇଁ ନିଜ ସୀମାକୁ ଖୋଲିଥିଲା ।

Show More

Related Articles

Back to top button