ଖେଳଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜରାଟ ବିଧାନସଭା ନିର୍ବାଚନରେ ବିଜୟୀ ହେଲେ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ

ଗାନ୍ଧିନଗର: ଗୁଜରାଟ ବିଧାନସଭା ନିର୍ବାଚନରେ ବାଜି ମାରିଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ତଥା ବିଜେପି ପ୍ରାର୍ଥୀ ରିଭାବା। ତାଙ୍କୁ ବିଜେପି ଜାମନଗର ଉତ୍ତର ଆସନରୁ ପ୍ରାର୍ଥୀ କରିଥିଲା। ସେ ଏଠାରେ ଦମଦାର ବିଜୟ ସହ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ବିଜୟ ପରେ ସେ ବିଜେପି ଓ ତାଙ୍କୁ ସମର୍ଥନ କରିଥିବା ଗୁଜରାଟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସେ ବିଜେପି ଗୁଜରାଟରେ ଜାରି ରଖିଥିବା ବିକାଶ ଯାତ୍ରାରେ ସାମିଲ ହୋଇଥିବା କହିଛନ୍ତି।

ଆଜି ଭୋଟ ଗଣତି ଆରମ୍ଭରୁ ରିଭାବା ପଛରେ ରହିଥିଲେ। କିନ୍ତୁ ସମୟ ଗଡ଼ିବା ସହ ରିଭାବାଙ୍କ ସମର୍ଥନରେ ଜନମତ ମଧ୍ୟ ବୃଦ୍ଧି ପାଇଥିଲା। ମଧ୍ୟାହ୍ନ ସୁଦ୍ଧା ସେ ୩୦ ହଜାର ଭୋଟ ଆଗରେ ରହିଥିବାରୁ ତାଙ୍କ ବିଜୟ ଏକପ୍ରକାରର ସୁନିଶ୍ଚିତ ହୋଇଥିଲା। ଏଥିପାଇଁ ସେ ସ୍ୱାମୀ ରବୀନ୍ଦ୍ର ଜାଡେଜାଙ୍କ ସହ ମିଶି ଜାମନଗରରେ ରୋଡ୍‌ ଶୋ’ ମଧ୍ୟ କରିଥିଲେ।

ଏବେ ବିଜୟୀ ହୋଇଛନ୍ତି। ରିଭାବା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆପ୍‌ର କରଶନଭାଇ କାରମାରଙ୍କୁ ୩୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇଛନ୍ତି। ରିଭାବାଙ୍କ ଭୋଟ ଶେୟାର ୫୭% ରହିଥିବା ବେଳେ କାରମୁର କେବଳ ୨୩% ଭୋଟ ପାଇଛନ୍ତି। କଂଗ୍ରେସର ବିପେନ୍ଦରସିଂହ ଜାଡେଜା କେବଳ ୧୫.୫% ଭୋଟ ହାତେଇ ପାରିଛନ୍ତି।

Show More

Related Articles

Back to top button