ଦେଶ ବିଦେଶମୁଖ୍ୟ ଖବରରାଜନୀତି

ଗୁଜରାଟ ନିର୍ବାଚନ: ଆଗରେ ଜାଡେଜାଙ୍କ ପତ୍ନୀ

ଅହମଦାବାଦ: ଗୁଜରାଟରେ ବିଧାନସଭା ନିର୍ବାଚନରେ ବିଜେପି ଟିକେଟରେ ନିର୍ବାଚନ ଲଢ଼ୁଥିବା କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବାଙ୍କ ଭାଗ୍ୟ ବଦଳିଛି। ଭୋଟ ଗଣତି ଆରମ୍ଭରୁ ପଛରେ ଥିବା ରିଭାବା ଏବେ ପ୍ରଥମ ସ୍ଥାନରେ ପହଞ୍ଚି ଲିଡ୍‌ କରିବା ଆରମ୍ଭ କରିଛନ୍ତି। ଆଜି ସକାଳୁ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଜାମନଗନ ଉତ୍ତର ଆସନରୁ ପ୍ରାର୍ଥୀ ହୋଇଥିବା ରିଭାବା ପଛରେ ପଡ଼ିଥିଲେ।

ସେ କଂଗ୍ରେସ ଓ ଆପ୍‌ ପ୍ରାର୍ଥୀଙ୍କ ଠାରୁ ପଛରେ ଅର୍ଥାତ ତୃତୀୟ ସ୍ଥାନରେ ରହିଥିଲେ। ହେଲେ ଏବେ ଆସିଥିବା ଟ୍ରେଣ୍ଡ ଅନୁଯାୟୀ, ରିଭାବା ଆଗରେ ରହିଛନ୍ତି। ନିର୍ବାଚନ କମିଶନଙ୍କ ପକ୍ଷରୁ ମିଳିଥିବା ଟ୍ରେଣ୍ଡ ଅନୁଯାୟୀ, ରିଭାବାଙ୍କ ବିପକ୍ଷରେ ଆପ୍‌ ଅହିର କରଶନଭାଇ ପରବାତ ଭାଇ କାରମୁର ଓ କଂଗ୍ରେସ ବିପେନ୍ଦରସିଂହ ଜାଡେଜାଙ୍କ ପ୍ରାର୍ଥୀ କରିଥିଲା। ରିଭାବା ଏଠାରେ ବର୍ତ୍ତମାନ ସୁଦ୍ଧା ୧୪,୯୦୫ ଖଣ୍ଡ ଭୋଟ ସହ ଆଗରେ ରହିଛନ୍ତି। ଆପ ପ୍ରାର୍ଥୀ ୭,୨୩୫ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଓ କଂଗ୍ରେସର ବିପେନ୍ଦରସିଂହ ୫,୨୮୮ ଖଣ୍ଡ ଭୋଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ ଗୁଜରାଟ ବିଧାନସଭା ନିର୍ବାଚନରେ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଈଶୁଦାନ ଗଢ଼ଭୀ ଖାମ୍ବାଲିଆ ଆସନରୁ ଲିଡ୍‌ କରୁଛନ୍ତି। କିନ୍ତୁ ଆପ୍‌ର ଗୁଚରାଟ ମୁଖ୍ୟ ଗୋପାଲ ଇଟାଲିଆ କାଟରଗାମରେ ପଛରେ ପଡ଼ିଛନ୍ତି। ଖାମ୍ବାଲିଆ ହେଉଛି କଂଗ୍ରେସର ଗଡ଼। ୨୦୧୭ରେ କଂଗ୍ରେସ ଏଠାରେ ବିଜୟୀ ହୋଇଥିଲା। ଏଥର ମଧ୍ୟ ଏହି ଆସନରୁ ବିଧାୟକ ବିକ୍ରମ ମାଡାମ କଂଗ୍ରେସ ଟିକେଟରୁ ନିର୍ବାଚନ ଲଢ଼ୁଛନ୍ତି। କିନ୍ତୁ ପ୍ରାଥମିକ ଟ୍ରେଣ୍ଡ ଅନୁଯାୟୀ ଗଢ଼ବୀ ଆଗରେ ଥିବା ବେଳେ ବିକ୍ରମ ମାଡାମ ପଛରେ ପଡ଼ିଛନ୍ତି। ବିଜେପିର ମୁଲୁଭାଇ ବେରା ତୃତୀୟ ସ୍ଥାନରେ ଅଛନ୍ତି।

Show More

Related Articles

Back to top button