ଦେଶ ବିଦେଶ

ରାବଣର ସୁନାର ଲଙ୍କା କାହାର ଅଭିଶାପରୁ ପୋଡି ଧ୍ୱଂସ ହୋଇଯାଇଥିଲା ?

 ଆସନ୍ତୁ ଜାଣିବା …

ଲଙ୍କା ଦହନ ରାମାୟଣର ଏକ ମହତ୍ୱପୂର୍ଣ୍ଣ ପ୍ରସଙ୍ଗ ଅଟେ l ସମସ୍ତେ ଜାଣିଛନ୍ତି ଯେ ହନୁମାନ ଲଙ୍କାକୁ ଜଳାଇ ଭସ୍ମ କରି ଦେଇଥିଲେ l କିନ୍ତୁ ଲଙ୍କାକୁ ଜଳାଇବା ପାଇଁ ଏହି କାରଣ ଥିଲାନା ଏହା ପଛରେ ଅନ୍ୟକିଛି କାରଣ ଥିଲା ତାହା ଅନେକ ଲୋକ ଜାଣି ନାହାନ୍ତି l ପୁରାଣରେ ବର୍ଣିତ ଅଛି ମା ପାର୍ବତୀଙ୍କର ଅଭିଶାପ ଯୋଗୁ ରାବଣର ସୁନାର ଲଙ୍କା ଜାଳି ପାଉଁଶ ହୋଇଗଲା l

ଘଟଣାଟି ଏହିପରି ,ଥରେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ମା ପାର୍ବତୀଙ୍କ ନିୟନ୍ତ୍ରଣରେ କୈଳାସରେ ପହଁଚିଲେ l ଏହି ସମୟରେ ମା ଲକ୍ଷ୍ମୀ ଥଣ୍ଡାରେ ଥରୁଥିଲେ l ଯେତେବେଳେ ସେ ଏହା ସହି ପାରିଲେ ନାହିଁ ପାର୍ବତୀଙ୍କୁ କହିଲେ ଆପଣ ରାଜକୁମାରୀ ହୋଇ ମଧ୍ୟ ଏହି ବରଫ ପର୍ବତରେ ଅଟେ ଥଣ୍ଡାରେ କିପରି ରହୁଛନ୍ତି l

ଏହାକୁ ଶୁଣି ମା ପାର୍ବତୀ ଦୁଃଖିତ ହେଲେ l କିଛି ଦିନ ପରେ ଶିବ ଓ ପାର୍ବତୀ ଦେବୀ ଲକ୍ଷ୍ମୀଙ୍କ ନିମନ୍ତ୍ରଣରେ ବୈକୁଣ୍ଠରେ ପହଁଚିଲେ l ବୈକୁଣ୍ଠ ଧାମର ବୈଭବ ଦେଖି ମା ପାର୍ବତୀ ଶିବଙ୍କୁ ମଧ୍ୟ ଭବ୍ୟ ମହଲା ତିଆରି କରିବାକୁ କହିଲେ l ଶିବ ଦେବ ଶିଳ୍ପୀ ବିଶ୍ୱକର୍ମାଙ୍କୁ ଲଙ୍କା ବନାଇବାର ଦାଇତ୍ୱ ଦେଲେ l ଏହା ପରେ ସେ ସୁନାର ମହଲା ତିଆରି କରିଥିଲେ l

ଏହି ମହଲର ପ୍ରତିଷ୍ଠା ପାଇଁ ରୁଷି ବିଶ୍ରବାଙ୍କ ଡାକ ଯାଇଥିଲା ,କିନ୍ତୁ ସେ ମହଲର ସୁନ୍ଦରତlରେ ମୁଗ୍ଧ ହୋଇଗଲେ ଓ ଶିବଙ୍କ ପାଖରୁ ଏହି ମହଲକୁ ଦାନ ହିସାବରେ ମାଗି ନେଲେ l ଶିବ ରୁଷି ବିଶ୍ରବାଙ୍କ ମହଲଟି ଦାନ ଦେଇଦେଲେ l ମା ପାର୍ବତୀ ଏଥିପାଇଁ କ୍ରୋଧିତ ହେଲେ ଓ ସେ ବିଶ୍ରବାଙ୍କ ଅଭିଶାପ ଦେଲେ ଯେ ତୁମର ଏହି ନଗରୀ ଭଷ୍ମ ହୋଇଯିବ l ରୁଷି ବିଶ୍ରବା ରାବଣଙ୍କର ପିତା ଥିଲେ ତେଣୁ ପାର୍ବତୀଙ୍କର ଅଭିଶାପ କାରଣରୁ ରାବଣଙ୍କ ସୁନା ଲଙ୍କା ପୋଡ଼ି ଧ୍ବଂସ ହୋଇଯାଇଥିଲା l

Show More

Related Articles

Back to top button