ଦେଶ ବିଦେଶ

କଣ ଆପଣ ରାସ୍ତାରେ ପଡିଥିବା ପଇସା ଉଠାଇଛନ୍ତି କି ?

ଆସନ୍ତୁ ଜାଣିବା କଣ ସବୁ ସଂକେତ ମିଳିଥାଏ-

ଆପଣ ଯେତେ ଧନ ଦୌଲତର ମାଲିକ ହୋଇଥାନ୍ତୁ ରାସ୍ତାରେ ଯାଉଥିବା ସମୟରେ ଯଦି ଆପଣଙ୍କୁ ପଇସା ମିଳିଯାଏ ତେବେ ଆପଣ ଖୁସି ହୋଇଥାନ୍ତି l କିନ୍ତୁ ଆପଣ କଣ ଜାଣିଛନ୍ତି ସଡ଼କରେ ଯାଉଥିବା ସମୟରେ ଯଦି ପଇସା ମିଳିଥାଏ ତେବେ ଏହାର ଗୋଟିଏ ଗଭୀର ରହସ୍ୟ ରହିଛି l ଶାସ୍ତ୍ର ଅନୁସାରେ ପଇସା ମିଳିବା ଓ ହଜିବା ଉଭୟର କିଛିନା କିଛି ରହସ୍ୟ ରହିଛି l ଯଦି ଆପଣଙ୍କୁ ମିଳିଯାଏ ତେବେ କୌଣସି ସଂକେତ ରହୁଛି l

* ତଳେ ପଡିଥିବା ଧନ ମିଳିଲେ ସଫଳତାର ସଂକେତ ଦେଇଥାଏ l ଏହାର ଅର୍ଥ ଭଗବାନ ଆପଣଙ୍କୁ ସୂଚେଇ ଦିଅନ୍ତି ଯେ ଆପଣ ସଂଜମତାର ସହିତ କାମ କରନ୍ତୁ l ଭଗବାନ ଆପଣଙ୍କ ଦାୟିତ୍ୱର ପରୀକ୍ଷା ନିଅନ୍ତି l

* ରାସ୍ତାରେ ପଇସା ମିଳିଲେ ଆପଣଙ୍କ ପୂର୍ବ ପୁରୁଷଙ୍କ ସହିତ ଯୋଡାଯାଇ ଦେଖାଯାଏ l ଶାସ୍ତ୍ରରେ କୁହାଯାଇଛି ଯେ ଧନ ମିଳିବା ଆମକୁ ଆମ ପୂର୍ବ ପୁରୁଷଙ୍କ ଆଦେଶ ସହିତ ଯୋଡି ଥାଏ l କାରଣ ଆମର ପୂର୍ବଜଙ୍କ ଆଶୀର୍ବାଦ ଆମକୁ ସବୁବେଳେ ଠିକ ରାସ୍ତା ଦେଖାଇଥାଏ l

* ରାସ୍ତାରେ ପଇସା ମିଳିବା ଦ୍ୱାରା ଏହାକୁ ଆପଣ ନିଜ ପାଇଁ ଖର୍ଚ କରିବା ଅପେକ୍ଷା କିଛି ଧନ କୌଣସି ଦୁଃଖୀରଖିଙ୍କୁ ଦେବା ଆବଶ୍ୟକ l ଆଉ କିଛି ଧନ ଭଗବାନଙ୍କ ସହିତ ଯୋଡି ହୋଇଥିବା କାର୍ଯ୍ୟରେ ଲଗାଇବା ଆବଶ୍ୟକ l ଯାହାଦ୍ୱାରା ଆପଣ ଈଶ୍ୱରଙ୍କ ଆଶୀର୍ବାଦ ଲାଭ କରି ପାରିବେ l

* ଅଚାନକ ରାସ୍ତାରେ ମିଳିଥିବା ଧନକୁ ନିଜ ପାଇଁ ଖର୍ଚ୍ଚ କରନ୍ତୁ ନାହିଁ l ଯଦି ଏହି ମିଳିଥିବା ଧନକୁ ଆପଣ ନିଜ ପାଇଁ ଖର୍ଚ କରିବେ ତେବେ ଆଗକୁ ଯାଇ ଆପଣ ଅସୁବିଧାର ସମ୍ମୁଖୀନ ହେବେ l ଶାସ୍ତ୍ରରେ କୁହାଯାଇଛି ଏହି ଧନ ଆପଣଙ୍କ ଭବିଷ୍ୟତ ପାଇଁ ମଧ୍ୟ ସଂଚୟ କରିବା ଉଚିତ ନୁହେଁ l

Show More

Related Articles

Back to top button