ସ୍ୱାସ୍ଥ୍ୟ

ଆପଣ ଏହି ଚାରାଟି ପିତା ଜିନିଷ ବିଷୟରେ ଜାଣିଛନ୍ତି କି?

ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟର ଭଣ୍ଡାର ଏହି ୪ଟି ପିତା ବିଷୟରେ-

* କଲରା – କଲରା ସ୍ଵାଦରେ ପିତା ଅଟେ ବୋଲି ତାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ l କିନ୍ତୁ କଲରାର ସ୍ୱାସ୍ଥ୍ୟଗତ ଲାଭ ବିଷୟରେ ଯଦି କହିବା ଏଥିରେ ଥିବା ଭିଟାମିନ ଏ ,ଭିଟାମିନ ସି ,ପୋଟାସିୟମ ଓ ଆଣ୍ଟି ଆକ୍ସିଡେଣ୍ଟ ଆପଣଙ୍କୁ ଫିଟ ରଖିବା ସହିତ ମଧୁମେହ ସମସ୍ୟାରୁ ମଧ୍ୟ ଦୁରେଇ ରଖେ l

* କୋକୋ – କୋକୋ ପାକଳ ହୋଇ ନଥିଲେ ଏହାର ସ୍ୱାଦ ପିତା ଲାଗିଥାଏ l ପାଲିଫେନୋଲ ରେ ସମୃଦ୍ଧ କୋକୋରେ ଶକ୍ତିଶାଳୀ ଆଣ୍ଟି ଇମ୍ଫଲାମେଟୋରୀ ତତ୍ୱ ରହିଛି l ଏହା ରକ୍ତ ପ୍ରବାହକୁ ଉନ୍ନତ କରିବାରେ ସାହାଯ୍ୟ କରିଥାଏ l ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଓ କୋଲେଷ୍ଟ୍ରଲକୁ ମଧ୍ୟ ନିୟନ୍ତ୍ରିତ କରେ l

* ପିତାଶାଗ – ଗାଁ ଗହଳିରେ ମିଳୁଥିବା ପିତା ଶାଗ ପୋଷାକ ତତ୍ତ୍ୱରେ ଭରପୁର ଅଟେ l ଶାଗ ଭାବରେ ଏହାକୁ ଯେପରି ଗ୍ରହଣ କରାଯାଏ ସେହିଭଳି ଗୋଟିଏ ଆୟୁର୍ବେଦର ପୋଷାକ ତତ୍ୱ ଭାବରେ ମଧ୍ୟ ଗ୍ରହଣ କରାଯାଇଥାଏ l ଏଥିରେ ଅନେକ ଗୁଡିଏ ଖଣିଜ ତତ୍ୱ ରହିଛି l ଏଥିରେ ଥିବା କେରୋଟେନୟଡ ଲ୍ୟୁଟିନ ଓ ଜେକ୍ସିଥିନ ଆପଣଙ୍କ ଚକ୍ଷୁ କୁ ମୋତିଆଵିନ୍ଦୁରୁ ରକ୍ଷା କରିଥାଏ l

* କମଳା ଓ ଲେମ୍ବୁ ଚୋପା – ଏହି ୨ଟି ଫଳରେ ଭିଟାମିନ ସି ପ୍ରଚୁର ମାତ୍ରାରେ ରହିଛି l ଏହି ଫଳ ମାନଙ୍କ ଚୋପାରେ ଫ୍ଲେବୋନଏଡ଼ ରହିଥିବା କାରଣରୁ ଏହାର ସ୍ୱାଦ ପିତା ଅଟେ l ଫ୍ଲେବୋନଏଡ଼ ର କାମ ହେଉଛି ଫଳକୁ ପୋକ ଠାରୁ ରକ୍ଷା କରିବା l ଏହାର ଚାପରେ ରହିଥିବା ଏହି ଫ୍ଲେବୋ ନଏଡ କ୍ୟାନ୍ସର କୋଷିକକୁ ପ୍ରସାର କରିବାରେ ଅଟକାଇବା ସହିତ ଲିଭରକୁ ସୁସ୍ଥ ରଖିଥାଏ l

Show More

Related Articles

Back to top button