Breaking PLUSଓଡ଼ିଶାମୁଖ୍ୟ ଖବର

ରାସନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ପଞ୍ଚାୟତ ନିର୍ବାଚନ ପୂର୍ବରୁ ମିଳିବ କୋଭିଡ୍ ସହାୟତା

ରାସନ କାର୍ଡଧାରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିତାଧିକାରୀଙ୍କୁ ମିଳିବ  କୋଭିଡ୍ ସହାୟତା । ଏଣିକି ପ୍ରତ୍ୟେକ ରାସନ କାର୍ଡଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ହଜାରେ ଟଙ୍କା । ୩୦ ଜିଲ୍ଲାର ୩କୋଟି ୫୦ ଲକ୍ଷ କାର୍ଡଧାରୀ ଏହି ସୁବିଧା ପାଇବେ । ଏହା ଦ୍ୱାରା ଉପକୃତ ହେବେ ରାଜ୍ୟର ୯୩ ପ୍ରତିଶତ ପରିବାର । ଏଥିପାଇଁ ରାଜ୍ୟ ସରକାରଙ୍କ ୩୫୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।

ଜାତୀୟ ଖାଦ୍ୟ ସୁରକ୍ଷା ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କୁ ମିଳିବ ଏକ ହଜାର ଟଙ୍କା । ସମସ୍ତ ୩୦ଟି ଜିଲ୍ଲାର NFSA ଓ SFSS ହିତାଧିକାରୀ ଟଙ୍କା ପାଇବେ । କୋଭିଡ-୧୯ ପରିସ୍ଥିତି ପାଇଁ ପୁଣି ଥରେ ରାଜ୍ୟ ସରକାର ଏହି ଆର୍ଥିକ ସହାୟତା ପ୍ରଦାନ କରାବାକୁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୭ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶନାମା ରହିଛି ।

ଏଥିପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ (BSKY)କୁ ପ୍ରାଥମିକ ପରିଚୟପତ୍ର ଭାବେ ବ୍ୟବହାର କରାଯିବ । ଯଦି ବିଏସକେୱାଇ କାର୍ଡ ନଥିବ ତେବେ ଜାତୀୟ ଖାଦ୍ୟ ସୁରକ୍ଷା (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା କାର୍ଡ(SFSS) କୁ ପରିଚୟ ପତ୍ର ଭାବେ ବ୍ୟବହାର କରାଯିବ ।

Show More

Related Articles

Back to top button