Breaking PLUSଓଡ଼ିଶାମୁଖ୍ୟ ଖବର

ତପସ୍ୱିନୀଙ୍କ ଶ୍ୱଶୁର ଘର ଓ ଆଖପାଖ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ

ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ନେଉଛି ନୂଆ ମୋଡ଼ । ପ୍ରତିଦିନ ନୂଆ ନୂଆ ଘଟଣା ସାମନାକୁ ଆସୁଛି । ଗତକାଲି ତପସ୍ୱିନୀଙ୍କ ସପକ୍ଷରେ ବ୍ରହ୍ମପୁରର ଶହ ଶହ ମହିଳା ସୁମିତଙ୍କ ଘର ମୁଖ୍ୟ ଗେଟ୍‌ ଭାଙ୍ଗି ଦେଇଥିଲେ । ଆଜି ପୋଲିସ ପକ୍ଷରୁ ସୁମିତଙ୍କ ଘରେ ଆଗରେ ଜାରି ହୋଇଛି ୧୪୪ ଧାରା ।

ନ୍ୟାୟ ଦାବିରେ ଶ୍ୱଶୁର ଘର ଆଗରେ ଧାରଣାର ବସିଛନ୍ତି ତପସ୍ୱିନୀ । ସେ ଧାରଣାରେ ବସିବା ପରଠୁ ବ୍ରହ୍ମାନଗରସ୍ଥିତ ସୁମିତଙ୍କ ଘର ନିକଟରେ ସବୁବେଳେ ଗହଳି ହେଉଛି । ଟ୍ରାଫିକ ସମସ୍ୟା ବି ସୃଷ୍ଟି ହେଉଛି । ଏଭଳି ସ୍ଥିତିକୁ ଏଡ଼ାଇବା ପାଇଁ ସୁମିତଙ୍କ ଘର ନିକଟ ଅଞ୍ଚଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଲାଗୁ କରାଯାଇଛି ।

ସୁମିତଙ୍କ ଘର ଆଗରେ ୨ ସେକ୍ସନ ପୁଲିସ୍‌ ମୁତୟନ ହୋଇଛନ୍ତି । ୧୪୪ ଧାରା ଲାଗୁ ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ବ୍ୟାରିକେଟ କରାଯାଇଛି । କେବଳ ଘର ନିକଟରେ ଥିବା ଏକ ଘରୋଇ ହସ୍ପିଟାଲକୁ ଲୋକଙ୍କୁ ଯାଞ୍ଚ କରି ଛଡ଼ା ଯାଉଛି ।

ଗତକାଲି ପୋଲିସ ଉପସ୍ଥିତିରେ ବହୁ ମହିଳା ସୁମିତଙ୍କ ଘର ମେନ୍ ଗେଟ୍ ଭାଙ୍ଗିଥିଲେ । ପରେ ଘର ଭିତର ଗେଟ୍ ଭାଙ୍ଗିବାକୁ ଉଦ୍ୟମ ବେଳେ ଅଟକାଇଥିଲା ପୋଲିସ । ଏହାପରେ ତପସ୍ୱିନୀ ଶ୍ୱଶୁର ଘର ଅସ୍ଥାୟୀ ବାରଣ୍ଡାରେ ଧାରଣାରେ ବସିଛନ୍ତି ।

Show More

Related Articles

Back to top button