ଦେଶ ବିଦେଶବାଣିଜ୍ୟ

ଋଷକୁ ସାମସଙ୍ଗ୍‌ର ବଡ ଝଟ୍‌କା

ସାମଗ୍ରୀର ଯୋଗାଣ ବନ୍ଦ କଲା କମ୍ପାନୀ

ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଏହାମଧ୍ୟରେ ସାମସଙ୍ଗ୍ ଏକ ବଡ ନିଷ୍ପତ୍ତି ନେଇଛି । ସାମସଙ୍ଗ୍ ସମସ୍ତ ପ୍ରଡକ୍ଟର ସିପମେଣ୍ଟ୍ ସସପେଣ୍ଡ୍ କରିଥିବା ଘୋଷଣା କରିଛି । ସାମସଙ୍ଗ୍ କହିଛି ଯେ, ସେମାନେ ସ୍ଥିତି ଉପରେ ନିରନ୍ତର ଭାବେ ନଜର ରଖିଛନ୍ତି । ଏହାପରେ କମ୍ପାନୀ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ସାମସଙ୍ଗ୍ କେବଳ ମୋବାଇଲ ଫୋନ୍ ନୁହେଁ ବରଂ ଚିପ୍, କନଜ୍ୟୁମର୍ ଇଲେକ୍ଟ୍ରୋନିକ୍ସ ସପ୍ଲାଇ ମଧ୍ୟ ବନ୍ଦ କରିଛି ।

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ସାମସଙ୍ଗର ଏହି ପଦକ୍ଷେପ ଋଷକୁ ବଡ ଝଟ୍‌କା ଦେବ । ଏବେ ଋଷକୁ ସବୁଠାରୁ ବଡ ଇଲେକ୍ଟ୍ରୋନିକ୍ସ କମ୍ପାନୀରୁ ଆଉ ସାମଗ୍ରୀ ମିଳିବ ନାହିଁ । ଏହାସହ ୟୁକ୍ରେନବାସୀଙ୍କ ପାଇଁ କମ୍ପାନୀ ଅର୍ଥ ସଂଗ୍ରହ କହୁଛି । କମ୍ପାନୀ ଆହୁରି ମଧ୍ୟ କହିଛି ଯେ, ଯେଉଁମାନେ ଯୁଦ୍ଧରେ ପ୍ରଭାବିତ ହୋଇଛନ୍ତି କମ୍ପାନୀ ସେମାନଙ୍କ ସହ ରହିଛି । ସମସ୍ତ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ସୁରକ୍ଷା ଦେବା କମ୍ପାନୀର ପ୍ରାଥମିକତା । ମାନବତା ସହାୟତା ପାଇଁ କମ୍ପାନୀ ସକ୍ରିୟ ଭାବେ କାମ କରୁଛି । ୟୁକ୍ରେନକୁ ୬ ମିଲିୟନ ଡଲାର ପ୍ରଦାନ କରାଯାଇଥିବା କମ୍ପାନୀ କହିଛି ।

Show More

Related Articles

Back to top button