ଓଡ଼ିଶାପାଣିପାଗ

ଶନିବାର ବିଭିନ୍ନ ସ୍ଥାନରେ ଘନ କୁହୁଡି ଆଶଙ୍କା

୪ ଦିନ ଯାଏଁ ଶୁଖିଲା ରହିବ ପାଗ

ରାଜ୍ୟରେ ଆହୁରି ୪ ଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ଖରାଟିଆ ପାଗ ହେବା ସହ ତାପମାତ୍ରା ବଢ଼ିବ ବୋଲି ପାଣିପାଗବିତ ପୂର୍ବାନୁମାନ କରିଛନ୍ତି । ଶନିବାରଠୁ ମଙ୍ଗଳବାର ପର୍ଯ୍ୟନ୍ତ ଏଭଳି ପାଗ ରହିବ । ବୁଧବାରରୁ ପାଗ ସାମାନ୍ୟ ପରିବର୍ତ୍ତନ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଅପରପକ୍ଷେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଆସନ୍ତା ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ଯାହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଶ୍ରୀଲଙ୍କା ଆଡକୁ ମୁହାଁଇବ । ଏହାର ଓଡ଼ିଶା ଉପରେ ବିଶେଷ ପ୍ରଭାବ ପଢ଼ିବ ନାହିଁ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ।ଶନିବାର ରାଜ୍ୟର କିଛି ସ୍ଥାନରେ କୁହୁଡ଼ି ହେବ ବୋଲି କେନ୍ଦ୍ର ଆକଳନ କରିଛି।

ଶୁକ୍ରବାର ରାଜ୍ୟର ୭ ସହରରେ ପାରଦ ୩୫ ଡିଗ୍ରୀ ଟପିଛି । ଟିଟିଲାଗଡ଼ରେ ସର୍ବାଧିକ ୩୬.୮ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ବଲାଙ୍ଗୀରରେ ୩୬.୫, ବୌଦ୍ଧରେ ୩୬, ଝାରସୁଗୁଡ଼ାରେ ୩୫, ଭବାନୀପାଟଣାରେ ୩୫.୫, ସମ୍ବଲପୁରରେ ୩୫.୪ ଏବଂ ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୩୫.୨ ଡିଗ୍ରୀ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ରେକର୍ଡ କରିଛି ।

Show More

Related Articles

Back to top button