Breaking PLUSଦେଶ ବିଦେଶମୁଖ୍ୟ ଖବର

ଆମେରିକାରେ ରାମମନ୍ଦିର ରଥଯାତ୍ରା ମାର୍ଚ୍ଚ 25ରୁ ଆରମ୍ଭ, ହନୁମାନ ଜୟନ୍ତୀରେ ହେବ ସମାପନ

ୱାଶିଂଟନ- ବିଶ୍ୱ ହିନ୍ଦୁ ପରିଷଦ ଅଫ୍ ଆମେରିକାର ନେତୃତ୍ୱରେ ଶିକାଗୋରେ ମାର୍ଚ୍ଚ 25ରୁ ରାମମନ୍ଦିର ରଥଯାତ୍ରା ଆରମ୍ଭ ହେବ । ଏହି ରଥଯାତ୍ରା 60ଦିନରେ 8ହଜାରରୁ ଅଧିକ ମାଇଲ ଦୂରତା ଅତିକ୍ରମ କରି 48 ରାଜ୍ୟର 851 ମନ୍ଦିର ଯିବ ।ଭିଏଚପିଏର ମହାସଚିବ ଅମିତାଭ ମିତ୍ତଲ କହିଛନ୍ତି ଯେ, ଟୋୟୋଟା ସିଏନା ଭ୍ୟାନର ଉପରେ ତିଆରି ରଖରେ ଭଗବାନ ରାମ, ଦେବୀ ସୀତା, ଲକ୍ଷ୍ମଣ, ହନୁମାନଙ୍କ ମୂର୍ତ୍ତି ରଖାଯିବ । ଏହାସହିତ ଅଯୋଧ୍ୟାର ରାମମନ୍ଦିରରୁ ବିଶେଷ ପ୍ରସାଦ ଓ ପ୍ରାଣପ୍ରତିଷ୍ଠା ପୂଜିତ ଅକ୍ଷତ କଳସ ନିଆଯିବ । ଏହି ଯାତ୍ରାର ସମାପନ ଏପ୍ରିଲ 23ରେ ହନୁମାନ ଜୟନ୍ତୀ ଅବସରରେ ଶେଷ ହେବ ।

Show More

Related Articles

Back to top button