ଦେଶ ବିଦେଶ

ରାମାୟଣ : ନିଦ୍ରା ବରଦାନ କୁମ୍ଭକର୍ଣ୍ଣ କିପରି ପାଇଲେ

ଆସନ୍ତୁ ଜାଣିବା-

ରାମାୟଣରେ ରାବଣର ଭାଇ କୁମ୍ଭକର୍ଣ୍ଣର ଭୂମିକା ଅଦ୍ଭୁତ ଥିଲା l ସେ ନିଜର ବିଶାଳ ଶରୀର ଓ ଭୋକ ତାସାହିତ ନିଦ ଯୋଗୁ ଜଣାଶୁଣା ଅଟେ l କୁହାଯାଏ ଯେ ରାକ୍ଷସ ବଂଶର ହୋଇ ସୁଦ୍ଧା କୁମ୍ଭକର୍ଣ୍ଣ ବୁଦ୍ଧିମାନ ଓ ସାହସୀ ଥିଲା l ତାର ଶକ୍ତି ଯୋଗୁ ଦେବରାଜ ଇନ୍ଦ୍ର ମଧ୍ୟ ତାକୁ ଇର୍ସା କରୁଥିଲେ l ଥରେ ରାବଣ ,କୁମ୍ଭକର୍ଣ୍ଣ ଓ ବିଭୀଷଣ ମିଶି ଏକ ସାଙ୍ଗରେ ବ୍ରହ୍ମଦେବଙ୍କୁ ତପସ୍ୟା କରୁଥିଲେ l ତାଙ୍କ ତପସ୍ୟାରେ ପ୍ରସନ ହୋଇ ବ୍ରହ୍ମା ତାଙ୍କୁ ମାଗିବାକୁ କିଛି କହିଥିଲେ l ଅନ୍ୟପଟରେ ଇନ୍ଦ୍ର ଡରି ଯାଇଥିଲେ ଯେ କୁମ୍ଭକର୍ଣ୍ଣ ବରଦାନରେ ସ୍ଵର୍ଗପୁରୀ ଓ ଇନ୍ଦ୍ରଙ୍କ ସିଂହାସନ ମାଗି ନନେଉ lଏହି କଥାରେ ଭୟବିତ୍ତ ହୋଇ ଇନ୍ଦ୍ର ମା ସରସ୍ୱତୀଙ୍କୁ କୁମ୍ଭକର୍ଣ୍ଣର ବରଦାନ ବିଷୟରେ କହି ଚିନ୍ତା ପ୍ରକଟ କରିଥିଲେ l ମା ସରସ୍ୱତୀ କୁମ୍ଭକର୍ଣ୍ଣଙ୍କ ଜିଭ ବାନ୍ଧି ଦେଇଥିଲେ ,ଯାହା ଦ୍ୱାରା କୁମ୍ଭକର୍ଣ୍ଣଙ୍କ ପାଟିରୁ ଇନ୍ଦ୍ରାସନ ସ୍ଥାନରେ ନିଦ୍ରାସନ ବାହାରି ଗଲା l

ଏହା ପୂର୍ବରୁ କୁମ୍ଭକର୍ଣ୍ଣ ନିଜର ଭୁଲ ପାଇଁ ପଶ୍ଚାତାପ କରିବାକୁ ଚାହୁଁଥିବା ବେଳେ ବ୍ରହ୍ମାଙ୍କ ପାଟିରୁ ତଥାସ୍ତୁ ବାହାରି ଗଲା l ରାବଣ ସବୁ କିଛି ବୁଝିଗଲା ,ତାପରେ ସେ ବ୍ରହ୍ମାଙ୍କୁ ଅନୁରୋଧ କଲା ଆପଣ ଦେଇଥିବା ବରଦାନ ଗୁଡିକ ଫେରାଇ ନିଅନ୍ତୁ l କିନ୍ତୁ ବ୍ରହ୍ମା ନେବାପାଇଁ ପ୍ରସ୍ତୁତ ହେଲେ ନାହିଁ lବ୍ରହ୍ମା କହିଲେ ଯେତେବେଳେ ମୋ ପାଟିରୁ ଥରୁଟିଏ ହେଉ ପଛେ ବରଦାନ ବାହାରି ସାରିଛି ଏହାକୁ ମୁଁ ଫେରାଇ ନେଇ ପାରିବି ନାହିଁ l କାରଣ ଏହା ନ୍ୟାୟ ସଂଗତ କଥା ନୁହେଁ l ବ୍ରହ୍ମା କହିଲେ ମୁଁ ଏମିତି କରି ପରେ ଏହି ବରଦାନରେ ଅଳ୍ପ କିଛି ପରିବର୍ତନ କରି ପରେ l ମୁଁ କୁମ୍ଭକର୍ଣ୍ଣକୁ ବରଦାନ ଦେଉଛି ଯେ ସେ ଅଧା ବର୍ଷ ଶୋଇବା ଓ ଅଧା ବର୍ଷ ଉଜାଗର ରହିବ l ଏହି କଥାକୁ ରାବଣ ମାନିଗଲା l କୁହାଯାଏ ଯେ ଯେତେବେଳେ ରାମ ଓ ରାବଣଙ୍କର ଯୁଦ୍ଧ ଆରମ୍ଭ ହୋଇଥିଲା ସେତେବେଳେ କୁମ୍ଭକର୍ଣ୍ଣ ସୋଇ ରହିଥିଲା l ତାକୁ ଉଠାଇବା ପାଇଁ ଅନେକ ପ୍ରୟାସ କରାଯାଇଥିଲା l ଏହାପରେ ସେ ଯୁଦ୍ଧ ଭୂମିକୁ ଯାଇ ବୀରତାର ସହିତ ଯୁଦ୍ଧ କରି ମୃତ୍ୟୁବରଣ କରିଥିଲା l

Show More

Related Articles

Back to top button