ଦେଶ ବିଦେଶ

ଆସନ୍ତୁ ଜାଣିବା ଅର୍ଜୁନ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ଯୁଦ୍ଧର ରହସ୍ୟ

ମହାଭାରତରେ ଗୋଟିଏ ଏପରି କଥା ବର୍ଣିତ ଅଛି ଯାହାକୁ ହୁଏତ ଆପଣ କେବେ ଶୁଣି ନଥିବେ କିମ୍ବା ଜାଣି ନଥିବେ l ଥରେ ମହର୍ଷି ଗାଲବ ସକାଳ ସମୟରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଉଥିଲେ ,ସେହି ସମୟରେ ଆକାଶ ମାର୍ଗରେ ଚିତ୍ରସେନ ଗନ୍ଧର୍ବ ଉଡ଼ିକି ଯାଉଥିଲେ ଓ ତାଙ୍କର କିଛି ଛେପ ଆସି ମହର୍ଷି ଗାଲବଙ୍କ ହାତରେ ଥିବା ପାଣିରେ ପଡିଗଲା l ସେଥିପାଇଁ ଗଲାଵ ଅତ୍ୟନ୍ତ କ୍ରୋଧିତ ହୋଇଗଲେ ,ଏହାପରେ ସେ ଅଭିଶାପ ଦେବାକୁ ଚାହୁଁଥିଲେ କିନ୍ତୁ ସେ ନିଜର ତପନାସର ଧ୍ୟାନ କରି ରହିଗଲେ l ତାପରେ ଗାଲବ ମହର୍ଷି ଯାଇ ଶ୍ରୀ କୃଷ୍ଣଙ୍କୁ ପ୍ରାଥନା କଲେ

ଭଗବାନ ଶ୍ରୀ କୃଷ୍ଣ ଗାଲବଙ୍କ କଥା ଶୁଣି ପ୍ରତିଜ୍ଞା କଲେ ଯେ ୨୪ ଘଣ୍ଟା ମଧ୍ୟରେ ଚିତ୍ତରସେନଙ୍କୁ ବଦ୍ଧ କରିବେ l ଗାଲବ ରୁଷି ସେଠାରୁ ଯିବା ପରେ ମହର୍ଷି ନାରଦ ଭଗବାନ କୃଷ୍ଣଙ୍କ ପାଖରେ ପହଂଚିଥିଲେ l ପହଞ୍ଚି ନାରଦ କହିଲେ ପ୍ରଭୁ ଆପଣତ ପରମାନନ୍ଦ ଅଟନ୍ତି l ଆପଣଙ୍କୁ ଦର୍ଶନ କରି ଲୋକମାନେ ବିଷାଦ ମୁକ୍ତ ହୋଇଥାନ୍ତି l

କିନ୍ତୁ ଆପଣଙ୍କ ମୁହଁଟି କାହିଁକି ବିଷାଦ ମୁକ୍ତ ହୋଇଛି l ଏହାପରେ କୃଷ୍ଣ ଗାଲବଙ୍କ ପ୍ରସଙ୍ଗ ଓ ନିଜର ପ୍ରତିଜ୍ଞା ନାରଦଙ୍କୁ ଶୁଣାଇ ଥିଲେ l ନାରଦ ସମସ୍ତ କଥା ଶୁଣି ଚିତ୍ରସେନଙ୍କ ପାଖକୁ ଗଲେ ଓ ସମସ୍ତ ବୃତାନ୍ତ ଶୁଣାଇଲେ l ଚିତ୍ରସେନଙ୍କ ପାଖରୁ ବିଦାୟ ନେବା ପରେ ନାରଦ କୃଷ୍ଣଙ୍କ ପାଖକୁ ଆସି କହିଲେ ଆପଣଙ୍କ ସହିତ ଶତ୍ରୁତା କରି ଗନ୍ଧର୍ବ ରାଜ ନିଜର ସ୍ତ୍ରୀ ମାନଙ୍କ ସହିତ ମୋ ସରଣକୁ ଆସିଛନ୍ତି ,ଏବେ ମୁଁ କଣ କରିବି l ନାରଦଙ୍କ କଥା ଶୁଣି କୃଷ୍ଣ ଚୁପ ରହିଲେ l କିନ୍ତୁ ଗନ୍ଧର୍ବ ରାଜ ନାରଦଙ୍କ ଆଶ୍ରୟ ନେଇଥିବା କାରଣରୁ ନାରଦଙ୍କ ଦୟା ପ୍ରକୃତି ଯୋଗୁ ସେ ତାଙ୍କୁ କହିଲେ ବର୍ତମାନ ଯମୁନା ନଦୀ କୂଳକୁ ଚାଲ l ସେଠାକୁ ଯାଇ ଗୋଟିଏ ସ୍ଥାନକୁ ଦେଖାଇ କହିଲେ ଆଜି ଅଧରାତିରେ ଏହି ସ୍ଥାନକୁ ଜଣେ ନାରୀ ଆସିବେ l ସେହି ସମୟରେ ତୁମେ ଉଚ ସ୍ୱରରେ ବିଳାପ କରିବ l ସେହି ନାରୀହିଁ ତମକୁ କୃଷ୍ଣଙ୍କ ପାଖରୁ ରକ୍ଷା କରି ପାରିବ l

ଗୋଟିଏ କଥାର ଧ୍ୟାନ ରଖ ସେହି ନାରୀ ଯେତେବେଳ ପର୍ଯ୍ୟନ୍ତ ତମ କଷ୍ଟ ଦୂରକରିବାର ପତିଜ୍ଞା ନକରିବ ସେତେବେଳ ପର୍ଯ୍ୟନ୍ତ ତମେ ନିଜ ଅସୁବିଧା ବିଷୟରେ ତାଙ୍କୁ କହିବା ନାହିଁ l ଏହାପରେ ନାରଦ ଅର୍ଜୁନଙ୍କ ମହଲରେ ସୁଭଦ୍ରାଙ୍କ ନିକଟରେ ପହଞ୍ଚି ଗଲେ ଓ କହିଲେ ସୁଭଦ୍ରା ଆଜିର ପର୍ବ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଅଟେ l ଆଜି ଅଧରାତିରେ ଯଦି ତୁମେ ଯମୁନାରେ ସାନ୍ନ କରି କୌଣସି ଦୁଖିକୁ ରକ୍ଷା କରିବା ତେବେ ଅକ୍ଷୟ ପ୍ରାପ୍ତି ହେବ l ଅଧରାତିରେ ସୁଭଦ୍ରା ଯାଇ ଯମୁନାରେ ସାନ୍ନ କଲା ବେଳକୁ ତାଙ୍କୁ ଚିତ୍ରସେନଙ୍କର କାନ୍ଦିବାର ଶବ୍ଦ ଶୁଭିଲା l ତାପରେ ସେ ଚିତ୍ରସେନଙ୍କ ପାଖକୁ ଯାଇ ଏହାର କାରଣ ପଚାରିଥିଲେ l ଚିତ୍ରସେନ ତାଙ୍କ ପାଖରୁ ପ୍ରତିଜ୍ଞା ନେଲେ ଯେ କୃଷ୍ଣଙ୍କ ପାଖରୁ ସୁଭଦ୍ରା ତାଙ୍କୁ ରକ୍ଷା କରିବେ l ସୁଭଦ୍ରା ଅର୍ଜୁନଙ୍କ ନିକଟକୁ ଯାଇ ନିଜର ପ୍ରତିଜ୍ଞା ବିଷୟରେ କହିଥିଲେ ,ଅର୍ଜୁନ ତାଙ୍କୁ କଥାଦେଲେ ତୁମର ପ୍ରତିଜ୍ଞା ନିଶ୍ଚିନ୍ତ ପୂର୍ଣ୍ଣ ହେବ l

ଏହାପରେ ନାରଦ କୃଷ୍ଣଙ୍କ ପାଖକୁ ଯାଇ ଦ୍ୱାରିକାରେ ପହଁଚିଲେ ଓ କହିଲେ ଅର୍ଜୁନ ଚିତ୍ରସେନଙ୍କୁ ଆଶ୍ରୟ ଦେଇଛନ୍ତି ଭାବିଚିନ୍ତି ଯୁଦ୍ଧ କରନ୍ତୁ l ଭଗବାନ ତାଙ୍କ କଥା ଶୁଣି ଅର୍ଜୁନଙ୍କୁ ବୁଝାଇ ସେଠାରୁ ଚିତ୍ରସେନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା କର l ଏହାପରେ ନାରଦ ଇନ୍ଦ୍ରପ୍ରସ୍ଥ ପହଂଚି ଅର୍ଜୁନଙ୍କୁ ସବୁ କହିଥିଲେ l ସବୁ ଶୁଣି ଅର୍ଜୁନ କହିଲେ ମୁଁ ଶ୍ରୀ କୃଷ୍ଣଙ୍କ ଶରଣ ଦାସ ,ମୋ ପାଖରେ ଯାହା କିଛି ଶକ୍ତି ଅଛି ତାହା କୃଷ୍ଣ ଦେଇଛନ୍ତି l ତଥାପି ସେ ଶିଖାଇଥିବା ଆଦର୍ଶ ଅନୁସାରେ ଗୋଟିଏ କ୍ଷତ୍ରିୟ ଭାବରେ ଗୋଟିଏ ନିରାଶ୍ରୟାକୁ ରକ୍ଷା କରି ପାରିବି l ଦେବର୍ଷି ନାରଦ ଦ୍ୱାରିକାରେ ପହଂଚି ଅର୍ଜୁନଙ୍କ କଥା କୃଷ୍ଣଙ୍କୁ କହିଲେ l ଏହାପରେ ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ ହେଲା ସମସ୍ତ ଯାଦବ ଓ ପାଣ୍ଡବ ସୈନ୍ୟ ସହିତ ଯୁଦ୍ଧ କ୍ଷେତରେ ଉପସ୍ଥିତ ହେଲେ l ଘମାଘୋଟ ଯୁଦ୍ଧ ହେଲା କେହି କାହାରିକୁ ଛାଡିବାକୁ ପ୍ରସୂତ ନଥିଲେ l ଶେଷରେ ଶ୍ରୀ କୃଷ୍ଣ ସୁଦର୍ଶନ ଚକ୍ର ଛାଡିଲେ ଓ ଅର୍ଜୁନ ପଶୁପତ ଅସ୍ତ୍ର ଛାଡିଲେ l

ପ୍ରଳୟର ଲକ୍ଷଣ ଦେଖି ଅର୍ଜୁନ ଭଗବାନ ଶଙ୍କରଙ୍କୁ ସ୍ମରଣ କଲେ ,କାରଣ ଶିବ ଏହି ଦୁଇଟି ଅସ୍ତ୍ରକୁ ରଚନା କରିଛନ୍ତି l ଏହାପରେ ଶିବ ଭଗବାନ ଶ୍ରୀ କୃଷ୍ଣଙ୍କ ପାଖରେ ଆସି ପହଁଚିଲେ ଓ କହିଲେ ଭକ୍ତ ମାନଙ୍କ କଥାରେ ନିଜର ପ୍ରତିଜ୍ଞାକୁ ଭୁଲିଯିବା ଆପଣଙ୍କର ଏକ ସହଜ ଶୋଭାବ ଅଟେ l ବର୍ତମାନ ଏହି ଯୁଦ୍ଧ ନୀଳାକୁ ଏଠାରେ ସମାପ୍ତ କରନ୍ତୁ l ଏହାପରେ କୃଷ୍ଣ ଯୁଦ୍ଧରୁ ବିରାଟ ହୋଇଗଲେ ଓ ଅର୍ଜୁନଙ୍କୁ ଆଲିଙ୍ଗନ କଲେ l ଚିତ୍ରସେନଙ୍କୁ ଅଭୟ ପ୍ରଦାନ କଲେ l ଏହି ସମସ୍ତ ଘଟଣା ଦେଖି ଗାଲବ ରୁଷି ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଭାବିଲେ ସତରେ ଭଗବାନ ସବୁବେଳେ ତାଙ୍କ ନିଜ ଭକ୍ତର ଅଟନ୍ତି ଓ ସେ କୃଷ୍ଣଙ୍କୁ ନମସ୍କାର କରି ସେ ତାଙ୍କ ନିଜ ବାଟରେ ଚାଲିଗଲେ l

Show More

Related Articles

Back to top button