ବାଣିଜ୍ୟ

ଏସବିଆଇ ଗ୍ରାହକଙ୍କ ପାଇଁ ଖୁସି ଖବର, ମହିଳାଙ୍କୁ ମିଳିବ ଏବେ ବଡ ରିହାତି

ଜାଣନ୍ତୁ କ’ଣ କହିଲା ବ୍ୟାଙ୍କ ?

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ମବିଳାଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛି । ମହିଳା ଘର କ୍ରେତାଙ୍କୁ ଖୁସି କରିବାକୁ ବ୍ୟାଙ୍କ ସୁଧ ହାରରେ କମ୍ କରିବା ପାଇଁ ଘୋଷଣା କରିଛି । ଏସବିଆଇ ଦ୍ୱାରା ଏକ ବିଜ୍ଞାପନରେ କୁହାଯାଇଛି ଯେ, ଆମେ ସମସ୍ତେ ମହିଳା ଦିବସ ପାଳନ କରୁଛୁ । ବ୍ୟାଙ୍କ ମହିଳା ଲୋନଧାରୀଙ୍କ ପାଇଁ ସୁଧହାର କମ୍ କରିବା ପାଇଁ ଘୋଷଣା କରୁଛି । ଏପରି କରି ଗର୍ବ ଅନୁଭବ ହେଉଥିବା ବ୍ୟାଙ୍କ କହିଛି ।ଏସବିଆଇ ଏବେ ହୋମ୍ ଲୋନ୍ ଉପରେ ୬.୭୦ ସୁଧ ନେଉଛି । ଏହାସହ କୌଣସି ପ୍ରୋସେସିଂ ଫି ନିଆଯାଇ ନାହିଁ । ଚ୍ୟାଲେଞ୍ଜଭରା ଆର୍ଥିକ ସ୍ଥିତି ମଧ୍ୟରେ ବ୍ୟାଙ୍କ ମାର୍ଚ୍ଚ ୩୧, ୨୦୨୧ ଯାଏଁ ହୋମଲୋନ୍ ଉପରେ ସମସ୍ତ ପ୍ରୋସେସିଂ ଫି ଛାଡ୍ କରିଥିଲା । ଯଦି ମହିଳା ମୋବାଇଲ ଆପ୍ ଜରିଆରେ ଆବେଦନ କରିବେ ତେବେ ୦.୦୫ ପ୍ରତିଶତ ଯାଏଁ ଛାଡ ମିଳିବ ।

ଏବେ ହାଉସିଂ ସେକ୍ଟର ଧିରେଧିରେ ସୁଧୁରୁଛି । ଏହି କାରଣରୁ ଏସବିଆଇ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଏଚଡିଏଫସି ଓ ଆଇସିଆଇସିଆଇ ନିଜର ହୋମଲୋନ୍ ଉପରୁ ସୁଧ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହାକୁ ପ୍ରଥମେ ଏସବିଆଇ ଲାଗୁ କରିଥିଲା ।ଏସବିଆଇର ଐତିହାସିକ ସ୍ତରରେ କମ୍ ସୁଦ୍ଧ ହାରରେ ହୋମଲୋନ୍ ବଜାରରେ ୩୪ ପ୍ରତିଶତ ଅଂଶ ରହିଛି । ବ୍ୟାଙ୍କ କହିଛି ଯେ, ୨୦୨୦ରେ ହୋମଲୋନ କାରବାର ବୃଦ୍ଧି ପାଇଥିଲା । ନିକଟରେ ଏସବିଆଇ ୫ ଲକ୍ଷ କୋଟି ହୋମଲୋନର ଅଙ୍କ ଅତିକ୍ରମ କରିଛି । ୨୦୨୪ ଆର୍ଥିକ ବର୍ଷ ସୁଦ୍ଧା ଏହାକୁ ୭ ଲକ୍ଷ କୋଟିରେ ପହଁଚାଇବାକୁ ବ୍ୟାଙ୍କ ଲକ୍ଷ୍ୟ ରଖିଛି ।

Show More

Related Articles

Back to top button