ସ୍ୱାସ୍ଥ୍ୟ

କେବେଳ ସ୍ୱାଦ ପାଇଁ ନୁହେଁ : ଆପଣଙ୍କ ରୋଷେଇଘରେ ଥିବା ଏହିସବୁ ମସଲା ସ୍ୱାସ୍ଥ୍ୟରେ ମଧ୍ୟ ଭରପୁର

ଖାଦ୍ୟର ସ୍ବାଦକୁ ବଢ଼ାଇଥାଏ ମସଲା l ଏହି ପ୍ରାକୃତିକ ଗୁଣଯୁକ୍ତ ମସଲା ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ହିତକର ହୋଇଥାଏ l ଆମର ଖାଦ୍ୟରେ ବ୍ୟବହାର ହେଉଥିବା ଏହି ସବୁ ପ୍ରାକୃତିକ ମସଲାରେ ଏପରି କିଛି ଗୁଣ ଥାଏ ଯାହା ବିଷୟରେ ଆମେ ଜାଣି ନଥାଉ l କିନ୍ତୁ ସେହି ମସଲା ସମ୍ପୂର୍ଣ ଶୁଦ୍ଧ ହୋଇଥିବା ଆବଶ୍ୟକ ,ଅର୍ଥାତ ତାହା ଅନ୍ୟ କୌଣସି ଅପ୍ରାକୃତିକ ରଙ୍ଗ କିମ୍ବା ସୁଗନ୍ଧ ମିଶ୍ରିତ ନହୋଇଥିବା ଉଚିତ

ଆଗକାଳରେ ଆମ ପୂର୍ବ ପୁରୁଷ ଏହିଭଳି ପ୍ରାକୃତିକ ମସଲାକୁ ବ୍ୟବହାର କରି ନିଜକୁ ସୁସ୍ଥ ରଖି ପାରୁଥିଲେ ,ଆସନ୍ତୁ ସେ ଗୁଡିକ ବିଷୟରେ ଜାଣିବା l

* ହଳଦୀ -ଆମେ ସମସ୍ତେ ପ୍ରାୟ ଭାବିଥାଉ ଖାଦ୍ୟରେ ହଳଦୀର ପ୍ରୟୋଗ ରଙ୍ଗ ପାଇଁ କରାଯାଇଥାଏ ,କିନ୍ତୁ ହଳଦୀ ଔଷଧୀୟ ଗୁଣର ଭଣ୍ଡାର ଅଟେ l ହଳଦୀରେ କରକ୍ୟୁମିନ ନାମକ ପ୍ରାକୃତିକ ତତ୍ୱ ମିଳିଥାଏ ,ଯାହା ଆଣ୍ଟି ଅକ୍ସିଡେଣ୍ଟ ଭଳି କାମ କରିଥାଏ ଓ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ଦେଇଥାଏ l ହଳଦୀରେ ଆଣ୍ଟି ବାକ୍ଟେରିଆ ଗୁଣ ମଧ୍ୟ ରହିଛି ଯାହା ଶରୀରକୁ ବିଭିନ୍ନ ସଂକ୍ରମଣରୁ ରକ୍ଷାକରେ l ହଳଦୀ ଗୋଟିଏ ଉନ୍ନତ ଇମ୍ୟୁନ ବୁଷ୍ଟର ଅଟେ l

* ଲଙ୍କାଗୁଣ୍ଡ – ଶୁଖିଲା ଲଙ୍କା ଗୁଣ୍ଡକୁ ଲୋକମାନେ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି କହିଥାନ୍ତି l କିନ୍ତୁ ଏହାକୁ ସୀମିତ ମାତ୍ରାରେ ପ୍ରୟୋଗ କରିବା କ୍ଷତିକାରକ ନୁହେଁ l ଲଙ୍କା ଗୁଣ୍ଡ ସୀମିତ ମାତ୍ରାରେ ପ୍ରୟୋଗ କରିବା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ ଓ କୋଲେଷ୍ଟ୍ରଲକୁ ନିୟନ୍ତ୍ରିତ କରିଥାଏ l ନାଲି ଲଙ୍କା ଗୁଣ୍ଡ ଶରୀରର କ୍ୟାଲୋରୀ ବର୍ନ କରିବାରେ ସାହାଯ୍ୟ କରେ l

* ଜୀରା – ଜୀରା ଗୋଟିଏ ଉନ୍ନତ ମାନର ଆଣ୍ଟି ଅକ୍ସିଡେଣ୍ଟ ,ଏଥିରେ ଫାଇବର ,ଆଇରନ ,କପର ,କ୍ୟାଲସିୟମ ,ପୋଟାସିୟମ ,ଜିଙ୍କ ,ମାଙ୍ଗାନିଜ ଓ ଭିଟାମିନ – ଇ ,ଏ ,ସି ଓ ବି ରହିଥାଏ l ଏହି ତତ୍ୱ ଗୁଡିକ ମାଂସ ପେଶୀକୁ ସୁଦୃଢ କରିବାରେ ସାହାଯ୍ୟ କରିଥାଏ l

* ହେଙ୍ଗୁ – ତାରକାରୀର ସୁଗନ୍ଧକୁ ବଢାଇବା ସହିତ ଗ୍ୟାସ ,ବଦହଜମି ଓ ପେଟର ସମସ୍ତ ସମସ୍ୟା ପାଇଁ ହେଙ୍ଗୁ ରାମବାଣ l

* ଧନିଆ ଗୁଣ୍ଡ – ଧନିଆ ଗୁଣ୍ଡ ପେଟକୁ ସଂକ୍ରମଣ ,ଏସିଡ଼ିଟି ଓ ଶରୀରର ଜ୍ବଳନ ଭଳି ସମସ୍ୟାକୁ କମ କରିଥାଏ ଓ ପାଚନ ତନ୍ତ୍ରକୁ ମଝବୁତ କରିଥାଏ ତା ସହିତ ଶରୀରକୁ ଏଲର୍ଜୀ ରୁ ରକ୍ଷା କରେ l

* ଗରମ ମସଲା – ଏହା ପାରମ୍ପରିକ ମସଲାର ଗୋଟିଏ ମିଶ୍ରଣ l ଏହା ଖାଇବାର ସ୍ୱାଦ ବଢାଇବା ସହିତ ମେଟାବୋଲିଯିମ ସ୍ତରକୁ ମଧ୍ୟ ବଢ଼ିବାରେ ସାହାଯ୍ୟ କରେ ଓ ପାଚନ କ୍ରିୟାକୁ ଉନ୍ନତ କରିଥାଏ l

* ଲୁଣ – ଲୁଣ ଖାଦ୍ୟର ସ୍ବାଦକୁ ବଢାଇବା ସହିତ ଖାଦ୍ୟକୁ ସମ୍ପୂର୍ଣ ରୁଚିପୂର୍ଣ କରିବାରେ ଲୁଣର ମୁଖ୍ୟ ଭୂମିକା ରହିଛି l ଲୁଣ ବିନା ଖାଦ୍ୟ ସ୍ଵାଦହୀନ ,ଲୁଣରେ ଆୟୋଡିନ ରହିଛି l ଲୁଣ କମିବା ଦ୍ୱାରା ଶରୀରରେ ଥାଇରଏଡ ଗ୍ରନ୍ଥି ଠିକରେ କାମ କରି ନଥାଏ ଓ ସମସ୍ତ ସମସ୍ୟାର କାରଣ ହୋଇଥାଏ l ସୀମିତ ମାତ୍ରାରେ ଲୁଣର ସେବନ ଭଲ କୋଲେଷ୍ଟ୍ରଲକୁ ମଧ୍ୟ ବଢ଼ାଇଥାଏ l

Show More

Related Articles

Back to top button