Breaking PLUSଅପରାଧ

ରାମ ରହିମଙ୍କୁ ଆଜୀବନ ଜେଲଦଣ୍ଡ

ଆତ୍ମଘୋଷିତ ଧର୍ମଗୁରୁ ଗୁରମିତ ରାମ ରହିମଙ୍କୁ ପୁଣି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଡେରା ମ୍ୟାନେଜର ରଣଜିତ ସିଂହ ହତ୍ୟା ମାମଲାରେ ତାଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ସିବିଆଇ ସ୍ପେଶାଲ କୋର୍ଟ । ଏହାସହ ରାମ ରହିମଙ୍କ ଅନ୍ୟ ୪ ସହଯୋଗୀଙ୍କୁ ମଧ୍ୟ ସମାନ ଦଣ୍ଡାଦେଶ କରିଛନ୍ତି କୋର୍ଟ । କେବଳ ସେତିକି ନୁହେଁ ଜରିମାନା ବାବଦକୁ ରାମ ରହିମଙ୍କୁ ୩୧ ଲକ୍ଷ ଓ ଅନ୍ୟ ୪ ସହଯୋଗୀଙ୍କୁ ୫୦ ହଜାର ଟଙ୍କା ଘୋଷଣା କରିଛନ୍ତି କୋର୍ଟ ।

୨୦୦୨ରେ ପୂର୍ବତନ ଡେରା ପ୍ରବନ୍ଧକ ରଞ୍ଜିତ ସିଂହଙ୍କ ହତ୍ୟା ମାମଲାରେ ଅକ୍ଟୋବର ୮ରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଦୀର୍ଘ ୧୯ ବର୍ଷ ପରେ ଏହି ମାମଲାରେ ଆଜି କୋର୍ଟ ରାୟ ଶୁଣାଇଛନ୍ତି। ରାୟ ଶୁଣାଇବା ପୂର୍ବରୁ ହରିୟାଣାର ପଞ୍ଚକୁଲା ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇ ୧୪୪ ଧାରା ଲାଗୁ କରାଯାଇଥିଲା ।

Show More

Related Articles

Back to top button