Breaking PLUSଓଡ଼ିଶାମୁଖ୍ୟ ଖବର

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଜୋରଦାର ବିକ୍ଷୋଭ

ତୈଳ ଦର ବୃଦ୍ଧିକୁ ପ୍ରତିବାଦ କରି ଆଜି ରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ କୁଶ ପୁତ୍ତଳିକା ଦାହ କରିଛି କଂଗ୍ରେସ । ଛାତ୍ର କଂଗ୍ରେସ ଓ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ଏ ପ୍ରତିବାଦ କରାଯାଇଛି ।

ଏହି ବିକ୍ଷୋଭବେଳେ କଟକ କଂଗ୍ରେସ ଜିଲ୍ଲା ସଭାପତି ମାନସ ଚୌଧୁରୀ କହିଛନ୍ତି,ମୋଦି ସରକାର ଓ ନବୀନ ସରକାର ଲୋକଙ୍କ ଉପରେ ଦରବୃଦ୍ଧିର ଅତ୍ୟାଚାର କରୁଛନ୍ତି । ଦରବୃଦ୍ଧି ଯୋଗୁଁ ସାଧାରଣ ଲୋକଙ୍କ ବଂଚିବା କଷ୍ଟକର ହୋଇ ପଡିଲାଣି । ବର୍ତ୍ତମାନ ପେଟ୍ରୋଲ ଦର ୧୦୫ ଟଙ୍କା ହେଲାଣି । ଏତେ ଟଙ୍କା ଦେଇ ସାଧାରଣ ଲୋକଟି କେମିତି ଗାଡ଼ି ଚଲେଇଵ? କୋଭିଡ ମହାମାରୀରେ ବେପାର, ରୋଜଗାର ପ୍ରଭାବିତ ହୋଇ ଥିବାବେଳେ ଉଭୟ ମୋଦି ଓ ନବୀନ ସରକାର ଲୋକଙ୍କ ଉପରେ ମହଙ୍ଗା ମାଡ଼ କରିଛନ୍ତି । ବସ ଭଡା ବଢ଼ିଛି । ଏଥିରେ ସାଧାରଣ ଲୋକର ଆର୍ଥିକ ସ୍ଥିତି ଦୋହଲି ଯାଇଛି । ପେଟ୍ରୋଲ ଦର ପ୍ରତିଦିନ ବଢୁଛି । ଡାଲି, ଖାଇବା ତେଲ ଦର ହୁ ହୁ ହୋଇ ବଢୁଛି । ବଜାରରେ ପ୍ରତି ସାମଗ୍ରୀ ଦର ବଢ଼ି ଚାଲିଛି । ସରକାର ଦରଦାମ ନିୟନ୍ତ୍ରଣ କରୁନାହାନ୍ତି । ମୋଦି ସରକାର କେବଳ ଶିଳ୍ପପତିଙ୍କ ପାଇଁ କାମ କରୁଛନ୍ତି । ଆଗାମୀଦିନରେ ଏହାର ଜୋରଦାର ପ୍ରତିବାଦ କରିବ କଂଗ୍ରେସ । ରାଜ୍ୟରେ କଂଗ୍ରେସ ଆନ୍ଦୋଳନ ଜୋରଦାର କରିବ । ଲୋକଙ୍କ ପାଇଁ କଂଗ୍ରେସ ଲଢ଼ିବ ।

Show More

Related Articles

Back to top button