Breaking PLUSଦେଶମୁଖ୍ୟ ଖବର

ରାଜ୍ୟସଭା ନିର୍ବାଚନ- ରାଜସ୍ଥାନରୁ ନାମାଙ୍କନ ଭରିଲେ ସୋନିଆ ଗାନ୍ଧି

ଜୟପୁର, 14 ଫେବୃଆରୀ- କଂଗ୍ରେସର ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ସୋନିଆ ଗାନ୍ଧି ବୁଧବାର ରାଜସ୍ଥାନରୁ ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ସୋନିଆ ଗାନ୍ଧି ରାଜ୍ୟ ବିଧାନସଭାର ସଚିବ ଏବଂ ରିଟର୍ଣ୍ଣିଂ ଅଫିସର ମହାବୀର ପ୍ରସାଦ ଶର୍ମାଙ୍କୁ ନିଜର ନାମାଙ୍କନ ପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ସୋନିଆ ଗାନ୍ଧିଙ୍କ ସହିତ ତାଙ୍କ ପୁଅ ତଥା ସାଂସଦ ରାହୁଲ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା, ବିରୋଧୀ ଦଳ ନେତା ଟିକାରାମ ଜୁଲି ପ୍ରମୁଖ ଉପସ୍ଥିତ ଥିଲେ । ସୋନିଆ ଗାନ୍ଧି ଏବେ ଉତ୍ତର ପ୍ରଦେଶର ରାୟବରେଲିରୁ ଲୋକସଭା ସଦସ୍ୟ ଅଛନ୍ତି । ଏବେ ସେ ପ୍ରଥମ ଥର ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି ।

Show More

Related Articles

Back to top button