Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଏନଡିଏ ପ୍ରାର୍ଥୀ ହରିବଂଶ ନାରାୟଣ ସିଂହଙ୍କୁ ସମର୍ଥନ ଦେବ ବିଜେଡି

ଆଜି ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ, ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଦେବ ବିଜେଡି । ଆଜିଠୁ ଆରମ୍ଭ ହେଉଥିବା ସାଂସଦର ମୌସୁମୀ ଅଧିବେସନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବେ ହରିବଂଶ

ଆଜି ହେବାକୁ ଥିବା ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ, ଏନଡିଏ ପ୍ରାର୍ଥୀ ହରିବଂଶଙ୍କୁ ସମର୍ଥନ ଦେବ ବିଜେଡି । ଆଜିଠୁ ଆରମ୍ଭ ହେଉଥିବା ସାଂସଦର ମୌସୁମୀ ଅଧିବେସନର ପ୍ରଥମ ଦିନରେ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେବେ ହରିବଂଶ । ତେବେ ବିଜେଡି କେଉଁ ପ୍ରାର୍ଥୀଙ୍କୁ ସମର୍ଥନ କରିବ ସେନେଇ କିଛି ସ୍ପଷ୍ଟ କରିନଥିଲା ତେବେ ଆଜି ସକାଳେ ଜେଡିୟୁ ମୁଖ୍ୟ ନୀତିଶ କୁମାର ପୁଣି ଥରେ ଫୋନ୍ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ବିଜେଡି ଜେଡିୟୁ ପ୍ରାର୍ଥୀଙ୍କୁ ସମର୍ଥନ ଦେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ତେବେ ଏହା ପୂର୍ବରୁ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି କେନ୍ଦ୍ର ସରକାରଙ୍କୁ ସମର୍ଥନ ଦେଇଆସିଛି । ୨୦୧୮ରେ ବି ଏନଡିଏ ପ୍ରାର୍ଥୀକୁ ବିଜେଡି ସମର୍ଥନ କରିଥିଲା । ଏଥର ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏ ପ୍ରାର୍ଥୀ ଶ୍ରୀ ସଂହଙ୍କୁ ସମର୍ଥନ କରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିଲା । ୨୪୫ ସଭ୍ୟ ବିଶିଷ୍ଟ ରାଜ୍ୟସଭାରେ ୨୩୩ଜଣ ନିର୍ବାଚିତ ସଭ୍ୟ ଥିବାବେଳେ ୧୨ଜଣ ମନୋନୀତ ସଦସ୍ୟ ଅଛନ୍ତି । ସେଥିରୁ ବିଜେପିର ୮୬ଜଣ ଥିବାବେଳେ ଏନଡିଏର ସଦସ୍ୟ ସଂଖ୍ୟା ୧୧୬ ରହିଛି । ୟୁପିଏର ୬୦ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟଙ୍କ ସଂଖ୍ୟା ୬୭ ମିଶିବା ପରେ ୧୨୭ ହେଉଛି ।

Show More

Related Articles

Back to top button