ଓଡ଼ିଶାବାଣିଜ୍ୟ

ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ

ଅଶ୍ବିନ ବୈଷ୍ଣବ ଯିବେ ବଲାଙ୍ଗୀର

()ଆସନ୍ତାକାଲି ବଲାଙ୍ଗୀର ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ।  ବୈଷ୍ଣବଙ୍କ ଗସ୍ତକୁ ନେଇ 1993 ମସିହା  ରୁ ମଞ୍ଜୁରୀ ପାଇଥିବା ଖୋର୍ଦ୍ଧା ବଲାଙ୍ଗୀର ରେଳପଥକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହେଇଛି । ଏହାରି ଭିତରେ 28 ବର୍ଷ ବିତି ଯାଇଥିଲେ ମଧ୍ୟ କାମ ସଂପୂର୍ଣ ହେବାକୁ ଆଉ କେତେସମୟ ଲାଗିବ ଏହାର ଉତ୍ତର କାହା ପାଖରେ ନାହିଁ । ଏନେଇ 2015 ମସିହାରେ କେନ୍ଦ୍ର ରେଳବିଭାଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା । ଚୁକ୍ତିନାମା ସ୍ୱାକ୍ଷରିତ ହେବାର 6 ବର୍ଷ ମଧ୍ୟରେ ଅର୍ଥାତ 2021 ମସିହାରେ ଏହି ରେଳପ୍ରକଳ୍ପ କାମ ଶେଷ ହୋଇଯିବା କଥା । ଖୋର୍ଦ୍ଧା ରୁ ବଲାଙ୍ଗୀର 298 କିଲୋମିଟରର ଏହି ପ୍ରକଳ୍ପ ମାତ୍ର 92 କିଲୋମିଟର ରେଳପଥ ଏ ପର୍ଯ୍ୟନ୍ତ ନିର୍ମାଣ ସରିଛି ।

 

 

 

 

 

Show More

Related Articles

Back to top button