Breaking PLUSଓଡ଼ିଶାମୁଖ୍ୟ ଖବର

ବାଣ ଗୋଦାମରେ ଚଢ଼ଉ, ୪୦ କେଜିରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ

ଖୋର୍ଦ୍ଧା, ୨୯ ମାର୍ଚ୍ଚ – ନିର୍ବାଚନ ପୂର୍ବରୁ ଚଢ଼ଉ ବେଳେ ମିଳିଛି ବିପୁଳ ପରିମାଣର ବିସ୍ଫୋରକ । ଜଟଣୀ ଥାନା ପୋଲିସ ପକ୍ଷରୁ ନୂଆଗାଁ ସ୍ଥିତ ଏକ ବାଣ ଗୋଦାମ ଉପରେ ଆଜି ଚଢ଼ଉ କରାଯାଇଛି । ଚଢ଼ଉ ବେଳେ ସେଠାରୁ ୪୦ କେଜିରୁ ଅଧିକ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ବେଆଇନ ଭାବେ ସେଠାରେ ଏସବୁ ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ରଖାଯାଇଥିବା ପୋଲିସ କହିଛି । ଘଟଣାରେ ସମ୍ପୃକ୍ତ ବାଣ ଗୋଦାମର ମାଲିକଙ୍କୁ ଗିରଫ କରାଯାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରି ରହିଛି ।

Show More

Related Articles

Back to top button