Breaking PLUSଦେଶମୁଖ୍ୟ ଖବରରାଜନୀତି

ମମତାଙ୍କୁ ଫୋନ କରି ମେଣ୍ଟର ବୈଠକରେ ଯୋଗଦେବାକୁ ମନାଇଲେ ରାହୁଲ

କୋଲକାତା, 8 ଡିସେମ୍ବର – ବିରୋଧୀ ଦଳର ଆଇଏନଡିଆଇ ମେଣ୍ଟର ପରବର୍ତ୍ତୀ ବୈଠକରେ ସାମିଲ ହେବାକୁ ମମତା ବାନାର୍ଜୀଙ୍କୁ ମନାଇଲେ ରାହୁଲ । ପୂର୍ବରୁ ଏହି ବୈଠକରେ ସାମିଲ ହେବାକୁ ମମତା ମନା କରିଦେଇଥିଲେ । ଠିକ୍ ସମୟରେ ତାଙ୍କୁ କୌଣସି ସୂଚନା ଦିଆଯାଇନଥିବା ସେ କହିଥିଲେ । ଏହାପରେ ନୀତୀଶ କୁମାର ଓ ଅଖିଳେଶ ଯାଦବ ମଧ୍ୟ ବୈଠକରେ ସାମିଲ ନହେବା ପାଇଁ କହିବା ପରେ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେଙ୍କ ବାସଭବନରେ ହେବରକୁ ଥିବା ବୈଠକକୁ ସ୍ଥଗିତ ରଖାଯାଇଥିଲା । ତେବେ ପରବର୍ତ୍ତୀ ବୈଠକରେ ସାମିଲ ହେବାକୁ ରାହୁଲ ଗାନ୍ଧୀ ମମତା ଗାନ୍ଧୀଙ୍କୁ ମନାଇଥିବା ସୂଚନା ମିଳିଛି । ଡିସେମ୍ବରର ଶେଷ ସପ୍ତାହରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିରେ ଯୋଗ ଦେବାକୁ ରାହୁଲ ମମତାଙ୍କୁ କହିଛନ୍ତି ।

Show More

Related Articles

Back to top button