Breaking PLUSଓଡ଼ିଶାମୁଖ୍ୟ ଖବର

ଅକ୍ଟୋବର 31ରେ ଓଡ଼ିଶାର 26ତମ ରାଜ୍ୟପାଳ ଭାବେ ଶପଥ ନେବେ ରଘୁବର ଦାସ

ରାଞ୍ଚି- ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଅକ୍ଟୋବର 31ରେ ଓଡ଼ିଶାର 26ତମ ରାଜ୍ୟପାଳ ଭାବେ ଶପଥ ନେବେ । ଓଡ଼ିଶାର ମୁଖ୍ୟ ବିଚାରପତିଙ୍କୁ ରାଜଭବନରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇବେ । ରଘୁବର ଦାସ ଅକ୍ଟୋବର 30ରେ ଜାମସେଦପୁରର ସୋନାରୀ ଏୟାରପୋର୍ଟରୁ ଭୁବନେଶ୍ୱର ଗସ୍ତ କରିବେ । କାର୍ଯ୍ୟକ୍ରମ ମୁତାବକ ଓଡ଼ିଶା ସରକାରଙ୍କ ଚାର୍ଟର ପ୍ଲେନରେ ରଘୁବର ଦାସ ସୋନାରୀ ଏୟାରପୋର୍ଟରୁ ଭୁବନେଶ୍ୱର ଆସିବେ । ଓଡ଼ିଶାରେ ପହଞ୍ଚିବା ପରେ ରଘୁବର ଦାସ ପ୍ରଥମେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ । ଏହାପରେ ସେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଯିବେ ।

Show More

Related Articles

Back to top button