Breaking PLUSଓଡ଼ିଆ ଗଳ୍ପ

ଡାକ୍ତର ନଥିବାରୁ ବିଧାୟକ କଲେ ରୋଗୀ ଚିକିତ୍ସା

ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ରୋଗୀଙ୍କ ଚିକିତ୍ସା କରୁଥିବାର ଦେଖିବାକୁ ମିଳିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା ହେତୁ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତକାଲି ସ୍ୱାସ୍ଥ୍ୟ କେନ୍ଦ୍ରରେ ଓପିଡି ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଥିଲା। ରୋଗୀମାନେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏହା ଜାଣିବା ପରେ ଆଜି ରାଜଗାଙ୍ଗପୁର ବିଧାୟକ ଡକ୍ଟର ସିଏସ ରାଜେନ ଏକ୍କା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଓପିଡିରେ ବସି ରୋଗୀ ଚିକିତ୍ସା କରିଥିଲେ। ଯିଏ ଥିଲେ ସେ ୩ ଦିନ ଧରି ଦିନରାତି ଜରୁରୀ ଚିକିତ୍ସା ସହ ରୋଗୀ ଦେଖି ଥକି ଯାଇଥିବାରୁ ଆଉ ରୋଗୀ ଦେଖିବେ ନାହିଁ ବୋଲି ଫେରାଇଦେଲେ। ଯେଉଁଥି ପାଇଁ ଗତକାଲିଠାରୁ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଲାଗି ରହିଥିଲା ଅଚଳାବସ୍ଥା। ପ୍ରାୟ ୨ ଶହ ରୋଗୀ ଡାକ୍ତରଖାନାକୁ ଫେରି ଯାଇଥିଲେ। ଆଜି ସକାଳୁ ରୋଗୀମାନେ ପୁଣି ଡାକ୍ତରଖାନାରେ ଭିଡ଼ ଜମାଇଥିଲେ ବି ଡାକ୍ତର ନଥିବାରୁ ନିରାଶ ହୋଇଥିଲେ। ଶେଷକୁ ଖବର ପାଇ ବିଧାୟକ ଡ. ରାଜନ ଏକ୍କା ଡାକ୍ତରଖାନାରେ ପହଞ୍ଚି ଆଉଟଡୋରରେ ରୋଗୀ ଦେଖିଲେ। ସକାଳ ୮ଟାରୁ ଡାକ୍ତର ଏକ୍କା ଜଣ ଜଣ କରି ପ୍ରାୟ ଶହେ ରୋଗୀଙ୍କୁ ଦେଖି ଚିକିତ୍ସା ପରାମର୍ଶ ଦେଇଥିବା ଦେଖିବାକୁ ମିଳିଛି। ଡାକ୍ତର ନଥିବାରୁ ନିଜେ ଜଣେ ଡାକ୍ତର ହୋଇଥିବା ବିଧାୟକ ରୋଗୀ ଦେଖିବା ଚର୍ଚ୍ଚାର ବିଷୟ ହୋଇଛି।

Show More

Related Articles

Back to top button