Breaking PLUSଓଡ଼ିଶାମୁଖ୍ୟ ଖବର

ଆଠଗଡରେ ଦନ୍ତାର ମୃତ୍ୟୁ

ଭୁବନେଶ୍ୱର- ପୁଣି ଦନ୍ତାର ମୃତ୍ୟୁ । ଆଠଗଡ଼ ବନଖଣ୍ଡ ସଦର ରେଞ୍ଜ ବୈଦେହିପୁର ପେଟ୍ରୋଲ ପମ୍ପ ନିକଟରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ବୟାସାଧିକ ଯୋଗୁଁ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ତେବେ ମୃତ୍ୟର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଆଠଗଡ଼ ବନବିଭାଗ କର୍ମଚାରୀ ଓ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ଆଠଗଡ଼ ରେଞ୍ଜର ରବିନ୍ଦ୍ର ନାଏକ କହିଛନ୍ତି ।

Show More

Related Articles

Back to top button