Breaking PLUSଓଡ଼ିଶାମୁଖ୍ୟ ଖବର

ସାକ୍ଷୀଗୋପାଳ ମନ୍ଦିରରେ ରାଧାଷ୍ଟମୀ ପାଳିତ

ପୁରୀଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ମା' ରାଧା ଠାକୁରାଣୀଙ୍କ ଜନ୍ମୋତ୍ସଵ ମଂଗଳବାର ପାଳିତ ହୋଇ ଯାଇଛି। ଏହି ଅବସରରେ ମନ୍ଦିର ପୋଖରିଆ ଧୁଆପୋଛା କରାଯାଇ କରଣ ପଣ୍ଡିତ ମୁରୁଜରେ ଭଦ୍ର ମଣ୍ଡଳ କାଟି ଥିଲେ। ଏଥିଉତାରେ ଜନ୍ମ ମଣ୍ଡଳ ଅଧିବାସ କରାଯାଇ ଥିଲା।

ପୁରୀଜିଲ୍ଲାର ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧା ଠାକୁରାଣୀଙ୍କ ଜନ୍ମୋତ୍ସଵ ମଂଗଳବାର ପାଳିତ ହୋଇ ଯାଇଛି। ଏହି ଅବସରରେ ମନ୍ଦିର ପୋଖରିଆ ଧୁଆପୋଛା କରାଯାଇ କରଣ ପଣ୍ଡିତ ମୁରୁଜରେ ଭଦ୍ର ମଣ୍ଡଳ କାଟି ଥିଲେ। ଏଥିଉତାରେ ଜନ୍ମ ମଣ୍ଡଳ ଅଧିବାସ କରାଯାଇ ଥିଲା। ଶ୍ରୀ ରାଧା ଠାକୁରାଣୀଙ୍କ ଚଳନ୍ତି ପ୍ରତିମାଂକୁ ନୂତନ ବସ୍ତ୍ର ପିନ୍ଧାଇ ଅଧିବାସ ମଣ୍ଡଳକୁ ସେବାୟତମାନେ ବିଜେ କରାଇଥିଲେ। ମନ୍ଦିରରେ ରାଧା ଠାକୁରାଣୀ ପାଟବସ୍ତ୍ର ପରିଧାନ କରି ବିଭିନ୍ନ ପ୍ରକାରର ଅଳଙ୍କାରରେ ବିଭୁଷିତ ହୋଇଥିଲେ।

ସେହିପରି ସତ୍ୟବାଦୀ ସାକ୍ଷୀ ଗୋପୀନାଥ ସୁନାର କିରିଟି ହାତରେ ସୁନାର ବଂଶୀ କାନରେ କୁଣ୍ଡଳ ଗଜ ମୁକ୍ତା ମାଳ ସେବତୀ ମାଳ ଆଦି ପରିଧାନ କରି ଚନନ ଭୂଷଣ ହୋଇ ଛନ୍ତି। ଠାକୁର ଠାକୁରଙ୍କ ଦିପହର ଧୂପ ସରିବା ପରେ ୧୦୮ଟି ଜନ୍ମ କୋରା ଠାକୁରଙ୍କୁ ଭୋଗଲାଗି କରାଯାଇଥିଲା। ଅପରାହ୍ନରେ ଠାକୁରଙ୍କ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି। ସେବାୟତ ସଂଘ ପକ୍ଷରୁ ରାଧାଷ୍ଟମୀ ଯାତ୍ରାର ସମସ୍ତ ଆୟୋଜନ କରାଯାଇଥିଲା।

Show More

Related Articles

Back to top button