ଓଡ଼ିଶାଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ପୁରୀ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍ ଅଭିନେତା ଗୋବିନ୍ଦା

ବଲିଉଡ୍ ଅଭିନେତା ଗୋବିନ୍ଦା ପୁନର୍ବାର ମଙ୍ଗଳବାର ଶ୍ରୀମନ୍ଦିର ଆସି ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି ।

ମହାପ୍ରଭୁଙ୍କର ସେ ଜଣେ ପରମ ଭକ୍ତ । ପ୍ରଭୁଙ୍କ ଡାକରାରେ ହିଁ ସେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି । କୋଭିଡ୍ ଦ୍ବିତୀୟ ଲହରରେ କଟକଣା ଭିତରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଅତ୍ୟନ୍ତ ଶୃଙ୍ଖଳିତ ହୋଇଥିବା ସେ କହିଛନ୍ତି ।ଗୋଟିଏ ସମୟରେ ଜୀବନରେ ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ଗୋବିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେସବୁ ଅନେକାଂଶରେ ଦୂର ହୋଇଥିବା ସେ କହିଛନ୍ତି । ପୁଣିଥରେ ସ୍ବାଭାବିକ ଅବସ୍ଥା ଫେରିଆସି ତାଙ୍କ ଜୀବନ ଶାନ୍ତି ଓ ଖୁସିମୟ ହେବ ବୋଲି ଦର୍ଶନ ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ଗୋବିନ୍ଦା ଏହା କହିଛନ୍ତି ।

ଚତୁର୍ଦ୍ଧାବିଗ୍ରହଙ୍କ ସହ ମା’ ବିମଳା, ମା’ ମହାଲକ୍ଷ୍ମୀ ଓ ପାର୍ଶ୍ବଦେବାଦେବୀଙ୍କୁ ଦର୍ଶନ କରିଛନ୍ତି। ତାଙ୍କ ସହ ଭିତରଚ୍ଛ ମଧୁସୂଦନ ମହାପାତ୍ର, ବରିଷ୍ଠ ସେବାୟତ ମହାବୀର ପ୍ରତିହାରୀ ଓ ଶ୍ୟାମସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଶ୍ରୀମନ୍ଦିରରେ ଗୋବିନ୍ଦା ୩୦ ମିନିଟରୁ ଅଧିକ ସମୟ ରହିଥିବା ବେଳେ ସିଂହଦ୍ଵାର ଦେଇ ପ୍ରବେଶ ଓ ଉତ୍ତରଦ୍ବାର ଦେଇ ପ୍ରସ୍ଥାନ କରିଥିଲେ ।

Show More

Related Articles

Back to top button