Breaking PLUSଓଡ଼ିଶାମୁଖ୍ୟ ଖବର

ରହସ୍ୟରୁ ପରଦା ହଟାଇଲେ ‘ସାଇକୋ ଲେଡି’

ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ରହସ୍ଯରୁ ପରଦା ଉଠାଇଲେ ଯୁବତୀ ଚିନ୍ମୟୀ ମହାପାତ୍ର। ଗତ ୨ ଦିନ ଧରି ରହସ୍ଯମୟୀ ଚିନ୍ମୟୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଚୀନ୍ମୟୀଙ୍କୁ କହିବା ଅନୁସାରେ, ମୁଁ ଆଦିତ୍ୟଙ୍କୁ ପ୍ରେମ କରୁଥିଲି। ଆମ ଭିତରେ ଭଲ ସମ୍ପର୍କ ଥିଲା, ଆମ ସମ୍ପର୍କ ପବିତ୍ର ଥିଲା।

ଭୁବନେଶ୍ୱର: ମାନବପ୍ରେମୀ ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ ରହସ୍ଯରୁ ପରଦା ଉଠାଇଲେ ଯୁବତୀ ଚିନ୍ମୟୀ ମହାପାତ୍ର। ଗତ ୨ ଦିନ ଧରି ରହସ୍ଯମୟୀ ଚିନ୍ମୟୀଙ୍କୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଚୀନ୍ମୟୀଙ୍କୁ କହିବା ଅନୁସାରେ, ମୁଁ ଆଦିତ୍ୟଙ୍କୁ ପ୍ରେମ କରୁଥିଲି। ଆମ ଭିତରେ ଭଲ ସମ୍ପର୍କ ଥିଲା, ଆମ ସମ୍ପର୍କ ପବିତ୍ର ଥିଲା। ମୁଁ ଆଦିତ୍ୟଙ୍କୁ ଭଲ ପାଉଥିଲି, ତାଙ୍କୁ ଥରେ ଦୁଇ ଥର ଦେଖା କରିଛି। ଆଶ୍ରମ ଯାଇ ତାଙ୍କୁ ଭେଟେ ।ମୁଁ ତାଙ୍କୁ ବିବାହ କରିଥାନ୍ତି, କିନ୍ତୁ ପାରିବାରିକ ସମସ୍ୟା ପାଇଁ ଅଲଗା ହୋଇଗଲୁ। ନିକଟରେ ମୋ ବାପାଙ୍କ ମୃତ୍ୟୁ ପରେ ବିବାହ ପାଇଁ ଘରଲୋକ ପ୍ରସ୍ତୁତ ନ ଥିଲେ, ତେଣୁ ବିବାହ ହୋଇପାରିଲା ନାହିଁ ବୋଲି ଚୀନ୍ମୟୀ କହିଛନ୍ତି ।
ସେପଟେ ଚୀନ୍ମୟୀଙ୍କୁ ସାଇକୋ ଲେଡି ଆକ୍ଷ୍ୟାକୁ ନେଇ ସେ କଡ଼ା ସମାଲୋଚନା କରିଛନ୍ତି। ମୋର ସେମିତି କିଛି ସମସ୍ୟା ନାହିଁ ଯେଉଁଥି ପାଇଁ ମତେ ସାଇକୋ ଲେଡି କୁହାଯିବ। ଆଦିତ୍ୟଙ୍କ ମୃତ୍ୟୁ ଘଟଣାରେ କାହାର ସମ୍ପୃକ୍ତି ଅଛି ତାହା କ୍ରାଇମବ୍ରାଞ୍ଚ କହିପାରିବ। ତେଣୁ ଆମେ କାହାକୁ ବଦନାମ କଲେ ଏହା ଠିକ୍ ନୁହେଁ ବୋଲି ସେ କହିଛନ୍ତି।

Show More

Related Articles

Back to top button