Breaking PLUSଓଡ଼ିଶାମୁଖ୍ୟ ଖବର

ଆଜି ସୁସ୍ଥ ହେଲେ ୩୨୭୮ ଜଣ କରୋନା ଆକ୍ରାନ୍ତ

ଆଜି ସୁସ୍ଥ ହେଲେ ୩୨୭୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଆଜି ସୁସ୍ଥ ହେଲେ ୩୨୭୮ ଜଣ କରୋନା ରୋଗୀ। ଓଡ଼ିଶାରେ ମୋଟ ୮୭୩୫୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ୮୭,୩୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଂଜାମ ଜିଲ୍ଲାରୁ ଆଜି ୩୬୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲ୍ଲାରେ ୨୩୦ ଜଣ, ଯାଜପୁର ଜିଲ୍ଲାରେ ୧୯୫ ଜଣ, ରାୟଗଡ଼ା ଜିଲ୍ଲାରେ ୧୮୭ ଜଣ, ବରଗଡ଼ ଜିଲ୍ଲାରେ ୧୮୫ ଜଣ, ବାଲେଶ୍ୱର ଜିଲ୍ଳାରେ ୧୨୪ ଜଣ, ପୁରୀ ଜିଲ୍ଲାରେ ୧୨୨ ଜଣ, ନୟାଗଡ଼ ଜିଲ୍ଲାରେ ୧୨୧ ଜଣ, ମାଲକାନଗିରି, ମୟୂରଭଂଜ ଜିଲ୍ଲାରେ ୧୧୭ ଜଣ ଲେଖାଏଁ, କୋରାପୁଟ ଜିଲ୍ଲାରେ ୧୦୭ ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦୪ ଜଣ, ଭଦ୍ରକ ଜିଲ୍ଲାରେ ୯୮ ଜଣ, ଝାରସୁଗୁଡ଼ା ଜିଲ୍ଲାରେ ୮୯ ଜଣ, କନ୍ଧମାଳ ଜିଲ୍ଲାରେ ୮୮ ଜଣ, ଜଗତସିଂହପୁର ଜିଲ୍ଲାରେ ୭୭ ଜଣ, କେନ୍ଦୁଝର ଜିଲ୍ଲାରେ ୬୯ ଜଣ, ସମ୍ବଲପୁର ଜିଲ୍ଲାରେ ୬୭ ଜଣ, ଢେଙ୍କାନାଳ ଜିଲ୍ଲାରେ ୬୬ ଜଣ, ନବରଙ୍ଗପୁର ଜିଲ୍ଲାରେ ୪୭ ଜଣ, ଗଜପତି ଜିଲ୍ଲାରେ ୪୩ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରେ ୩୫ ଜଣ, ନୂଆପଡ଼ା ଜିଲ୍ଲାରେ ୨୫ ଜଣ, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାରେ ୨୪ ଜଣ ଲେଖାଏଁ, ସୁବର୍ଣ୍ଣପୁର ଜିଲ୍ଲାରେ ୨୩ ଜଣ, ବୌଦ୍ଧ ଜିଲ୍ଲାରେ ୮ ଜଣ, ଦେବଗଡ଼ ଜିଲ୍ଲାରେ ୫ ଜଣ, ଅନୁଗୁଳ ଜିଲ୍ଲାରେ ୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସୂଚନା ପ୍ରଦାନ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

Show More

Related Articles

Back to top button