Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର
ପାରାଦୀପ ଆସୁଥିବା ତୈଳ ଜାହଜରେ ଲାଗିଲା ନିଆଁ
ପାରାଦୀପ ବନ୍ଦର ଅଭିମୁଖେ ଆସୁଥିବା ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍’ର ଏକ ଚାର୍ଟର୍ ଜାହାଜରେ ଅଘଟଣ। ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଏହି ଜାହାଜରେ ନିଆଁ ଲାଗିଯାଇଛି। ଏହି ଜାହଜରେ ୨,୭୦, ୦୦୦ ଟନ୍ ତୈଳ ରହିଥିଲା।

ନୂଆଦିଲ୍ଲୀ: ପାରାଦୀପ ବନ୍ଦର ଅଭିମୁଖେ ଆସୁଥିବା ‘ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍’ର ଏକ ଚାର୍ଟର୍ ଜାହାଜରେ ଅଘଟଣ। ଶ୍ରୀଲଙ୍କାର ପୂର୍ବ ଉପକୂଳରେ ଏହି ଜାହାଜରେ ନିଆଁ ଲାଗିଯାଇଛି। ଏହି ଜାହଜରେ ୨,୭୦, ୦୦୦ ଟନ୍ ତୈଳ ରହିଥିଲା। ଜାହଜର ନିଆଁ ଲିଭାଇବା ପାଇଁ ଶ୍ରୀଲଙ୍କା ସରକାର ଅନବରତ ଚେଷ୍ଟା କରୁଛନ୍ତି। ସାହାଯ୍ୟ ଏବଂ ଉଦ୍ଧାର ପାଇଁ ଗୋଟାଏ ବିମାନ ଏବଂ ଦୁଇଟି ନୌସେନା ଜାହାଜ ପ୍ରେରଣ କରିଛି। ଏ ନେଇ ସୂଚନା ଦେଇଛନ୍ତି ଶ୍ରୀଲଙ୍କା ନୌସେନାର ଜଣେ ମୁଖପାତ୍ର କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ପାରାଦୀପ ଥିବା ରାଷ୍ଟ୍ରାୟତ ଉଦ୍ୟୋଗ ଇଣ୍ଡିଆନ ଅଏଲର ରିଫାଇନେରିରେ ଦୈନିକ ୩୦୦, ୦୦୦ ବାରେଲ୍ ତୈଳ ଶୋଧନ କରାଯାଏ।