Breaking PLUSଦେଶ ବିଦେଶମୁଖ୍ୟ ଖବର

ଶିମଲାରେ ଭୂସ୍ଖଳନ କ୍ଷତିଗ୍ରସ୍ତ ସ୍ଥାନ ପରିଦର୍ଶନ କଲେ ପ୍ରିୟଙ୍କା ଗାନ୍ଧି

ଶିମଲା: ଶିମଲାରେ ଭୂସ୍ଖଳନ ଯୋଗୁ ଶିବ ମନ୍ଦିର ମାଟି ତଳେ ପୋତି ହେବା ଘଟଣା । ଆଜି ପ୍ରିୟଙ୍କା ଗାନ୍ଧି ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । କୁଲ୍ଲୁ ଓ ମଣ୍ଡି ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ ପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଆଜି ଶିମଲା ଉପନଗର ସମରହିଲ ସ୍ଥିତ ଶିବ ବାଭଡୀ ମନ୍ଦିରରେ ହୋଇଥିବା ବିପର୍ଯ୍ୟୟର ଅନୁଧ୍ୟାନ କରିଛନ୍ତି ।

ବୁଧବାର ପୂର୍ବାହ୍ନ ପ୍ରାୟ 10ଟା ସମୟରେ ପ୍ରିୟଙ୍କା ଗାନ୍ଧୀ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହଙ୍କ ସହ ଶିମଲାରେ ବର୍ଷା, ବନ୍ୟା ଓ ଭୂସ୍ଖଳନ ପରିସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରିୟଙ୍କା ମାଟି ତଳେ ପୋତି ହୋଇଯାଇଥିବା ଶିବ ମନ୍ଦିରର ଅନୁଧ୍ୟାନ କରିବା ସହ ଏହା ବହୁତ ବଡ ଦୁର୍ଘଟଣା ବୋଲି କହିଛନ୍ତି । ହିମାଚଳ ପ୍ରଦେଶରେ ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକଙ୍କ ଘରଦ୍ୱାର ଭାସିଯାଇଛି । ରାସ୍ତାଘାଟ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହାର ରାଜନୀତିକରଣ ହେବା ଅନୁଚିତ ବୋଲି ପ୍ରିୟଙ୍କା କହିଛନ୍ତି ।

ପ୍ରିୟଙ୍କା ଗାନ୍ଧି କହିଛନ୍ତି ବିପର୍ଯ୍ୟୟ ସମୟରେ ସମସ୍ତ ଏକଜୁଟ ହୋଇ କାମ କରିବା ଉଚିତ । ରାଜ୍ୟର ଲୋକଙ୍କୁ କେନ୍ଦ୍ର ସରକାର ସହାୟତା ପ୍ରଦାନ କରିବା ଉଚିତ । ଏଠାରେ ବିଜେପି ସରକାର କି କଂଗ୍ରେସ ସରକାର କେନ୍ଦ୍ର ସହାୟତା ପ୍ରଦାନ ବେଳେ ଦେଖିବା ଅନୁଚିତ ବୋଲି ପ୍ରିୟଙ୍କା କହିଛନ୍ତି ।

ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ଯୋଗୁ ରାଜ୍ୟରେ ପ୍ରାୟ 12ହଜାର କୋଟିର କ୍ଷତି ହୋଇଥିବା ଅନୁମାନ କରାଯାଉଛି । କଂଗ୍ରେସ ନେତୃତ୍ୱାଧୀନ ସୁକ୍ଖୁ ସରକାର ଏହାକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରି ସ୍ପେଶାଲ ପ୍ୟାକେଜ ଦିଆଯାଉ ବୋଲି ଦାବି କରିଛି ।
ସରକାରୀ ହିସାବରେ ଦୁଇମାସରେ ପ୍ରବଳ ବର୍ଷା, ଭୂସ୍ଖଳନ ଓ ବନ୍ୟା ଯୋଗୁ ପ୍ରଦେଶରେ 4ଶହ ଲୋକଙ୍କ ଜୀବନ ଯାଇଛି । ସେହିପରି 13ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି ।

Show More

Related Articles

Back to top button