Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଭିଏତନାମରେ ଭୟାବହ ଅଗ୍ନିକାଣ୍ଡ, 11 ମୃତ

ହନୋଇ: ଭିଏତନାମର ରାଜଧାନୀ ହନୋଇରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏକ 9ମହଲା ବିଶିଷ୍ଟ ଘରେ ନିଆଁ ଲାଗିବା ଯୋଗୁ 50ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ବିଲ୍ଡିଂରୁ 70ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ 54ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗଣମାଧ୍ୟମର ସୂଚନା ମୁତାବକ, ମଙ୍ଗଳବାର ରାତି ପ୍ରାୟ 11.50 ମିନିଟ ସମୟରେ ହନୋଇର ଥାନ ଜୁଆନ ଅଞ୍ଚଳରେ ଥିବା ଉଚ୍ଚ ଅଟ୍ଟାଳିକାରେ ନିଆଁ ଲାଗିଯାଇଥିଲା । ପାର୍କିଂ ପ୍ଲୋରରେ ନିଆଁ ଲାଗିବା ପରେ ଏହା ପୂରା ବିଲ୍ଡିଂରେ କ୍ଷୀପ୍ରଗତିରେ ମାଡିଯାଇଥିଲା ।

ରାତି ଅଧରେ ନିଆଁ ଲାଗିଥିବାରୁ ଅଧିକାଂଶ ଲୋକ ଶୋଇଥିଲେ । ଅଚାନକ ନିଆଁ ଲାଗିବା ପରେ ଚାରିଆଡୁ ଚିତ୍କାର ଶୁଭିଥିଲା ଏବଂ ଲୋକଙ୍କ ବଞ୍ଚିବା କଷ୍ଟକର ଥିଲା । ତେବେ ନିଆଁ ଲାଗି 50ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । କିନ୍ତୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ବିଲ୍ଡିଂଟି ଏକ ସଂକୀର୍ଣ୍ଣ ଗଳିରେ ଥିବାରୁ ସେଠାରେ ଦମକଳ ଗାଡି ପହଞ୍ଚିବାରେ ସମସ୍ୟା ଦେଖାଦେଇଥିଲା । ଦମକଳ ଗାଡିଗୁଡିକୁ ପ୍ରାୟ ହଜାରେ ଫୁଟ ଦୂରରେ ପାର୍କିଂ କରିବାକୁ ପଡିଥିଲା । ତେଣୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ଦେଖାଦେଇଥିଲା ।
ଏହି ବିଲ୍ଠିଂରେ 45 ପରିବାର ରହୁଥିଲେ । 2ଶହ ବର୍ଗଫୁଟ ଜାଗାରେ 9ମହଲା ବିଶିଷ୍ଟ ଏହି ବିଲ୍ଡିଂରେ 2ଶହ ଲୋକ ରହୁଥିଲେ । ତେବେ ଦୀର୍ଘ ସମୟ ପରେ 70ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

Show More

Related Articles

Back to top button