Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ଜି-20 ଅତିଥିଙ୍କୁ 8000 ବର୍ଷର ଭାରତର ଇତିହାସ ଥିବା ପୁସ୍ତକ ପ୍ରଦାନ କରାଯାଇଛି

ନୂଆଦିଲ୍ଲୀରେ ଆୟୋଜିତ ଜି -୨୦ ରାଷ୍ଟ୍ରର ସମ୍ମିଳନୀ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଏହି ସମ୍ମିଳନୀ ଉପଲକ୍ଷେ ୨୦ଟି ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ସମେତ ବହୁ ପଦାଧିକାରୀ ଭାରତ ଗସ୍ତ କରି ବିକଶିତ ଭାରତର ନୂଆ ଚିତ୍ରକୁ ଅବଲୋକନ କରିଛନ୍ତି । ଏହି ଜି୨୦କୁ ଆସିଥିବା ଅତିଥିଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷ ପ୍ରୟାସ କରାଯାଇଥିଲା । ତେବେ ଭାରତର ଐତିହ୍ୟ ଓ ସଂସ୍କୃତି ସହ ବିଶ୍ୱନେତାଙ୍କୁ ପରିଚିତ କରାଇବାକୁ ଭାରତ ମଣ୍ଡପକୁ ସ୍ୱତନ୍ତ୍ର ଭାବରେ ସୁସଜ୍ଜିତ କରାଯାଇଥିଲା । ଭାରତ ମଣ୍ଡପର କୋଣ ଅନୁକୋଣରେ ପ୍ରତିଫଳିତ ହେଉଥିଲା ମହାନ ଭାରତୀୟ ଐତିହ୍ୟ ଓ ସଂସ୍କୃତିର ଝଲକ । ଆଉ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ସମସ୍ତ ଅତିଥିଙ୍କୁ ସ୍ୱାଗତ କରିବା ସହ ଭାରତର ଗୌରବମୟ ଐତିହ୍ୟ ବିଷୟରେ ବୁଝାଇ କହିଥିଲେ । କେବଳ ଏତିକି ନୁହେଁ ଅତିଥିଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଭାରତୀୟ କଳାକୃତି ବିଶିଷ୍ଟ ସୁନ୍ଦର ସୁନ୍ଦର ସାମଗ୍ରୀ ମଧ୍ୟ ଉପହାର ଆକାରରେ ପ୍ରଦାନ କରାଯାଇଥିଲା ।ଏହି କ୍ରମରେ ଅତିଥିଙ୍କୁ ଦିଆଯାଇଥିବା ବିଭିନ୍ନ ଉପହାର ମଧ୍ୟରେ ରହିଛି ଏକ ପୁସ୍ତିକା ଯାହାର ଶୀର୍ଷକ ରହିଛି ଭାରତ: ଦି ମଦର ଅଫ୍ ଡେମୋକ୍ରାସୀ । ଏହି ପୁସ୍ତିକାରେ ଭାରତର ୮୦୦୦ ବର୍ଷର ଗୌରବମୟ ଇତିହାସ ବିଷୟରେ ଉଲ୍ଲେଖ ରହିଛି । ଯେଉଁଥିରେ କୌଣସି ମୋଗଲ, ବ୍ରିଟିଶ ଶାସକଙ୍କ ବିଷୟରେ ଉଲ୍ଲେଖ ନାହିଁ ବରଂ କେବଳ ଭାରତୀୟ ରାଜା ମହାରାଜାଙ୍କ କାହାଣୀ ଉଲ୍ଲେଖ ରହିଛି।

Show More

Related Articles

Back to top button