Breaking PLUSଦେଶମୁଖ୍ୟ ଖବର

ଇଟାଲୀ-ବ୍ରିଟେନ ଗସ୍ତରେ ପ୍ରଧାନମନ୍ତ୍ରୀ

ଇଟାଲୀ-ବ୍ରିଟେନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଇଟାଲୀ ଅଭିମୁଖେ ଯାତ୍ରା କରିଛନ୍ତି । ରୋମରେ ପହଞ୍ଚିବାର ପ୍ରଥମ ଦିନରେ ସେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ପରେ ମହାମାରୀ, ସ୍ଥାୟୀ ବିକାଶ ,ବିଶ୍ୱ ଅର୍ଥନୀତିକ ଏବଂ ସ୍ୱାସ୍ଥ୍ୟର ପୁନରୁଦ୍ଧାର ଉପରେ ଆଲୋଚନା କରିବେ ।

ଗୁରୁବାର ଦିନ ଏକ ଟୁଇଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁଇଦିନିଆ ଗସ୍ତ ସମୟରେ ସେ ଭାଟିକାନରେ ପୋପ୍ ଫ୍ରାନ୍ସିସସଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହାସହ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗିଙ୍କ ନିମନ୍ତ୍ରଣକ୍ରମେ ସେ ଅକ୍ଟୋବର ୨୯-୩୧ରୁ ଭାଟିକାନ ସହର ପରିଦର୍ଶନ କରିବେ ବୋଲି ଟ୍ୱିଟରେ କହିଛନ୍ତି ।

ଏହା ପରେ ପ୍ରଧାନମନ୍ତ୍ରୀ ନଭେମ୍ବର ୧-୨ରୁ ବ୍ରିଟଶ ପ୍ରଧାନମନ୍ତ୍ରୀ ଜନସନଙ୍କ ନିମନ୍ତ୍ରଣ କ୍ରମେ ବ୍ରିଟେନର ଗ୍ଲାସଗୋ ଯାତ୍ରା କରିବେ । ସେ କହିଛନ୍ତି ଯେ ଜି-୨୦ ଶିଖର ସମ୍ମିଳନୀରେ ମୁଁ ଅନ୍ୟ ଅଂଶୀଦାର ଦେଶର ନେତାଙ୍କ ସହ ସାକ୍ଷାତ କରିବି ଏବଂ ସେମାନଙ୍କ ସହ ଭାରତର ଦ୍ୱିପାକ୍ଷିକ ସମ୍ପର୍କରେ ଅଗ୍ରଗତିର ସମୀକ୍ଷା କରିବି ।

Show More

Related Articles

Back to top button