Breaking PLUSଦେଶମୁଖ୍ୟ ଖବର

କେଦାରନାଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗ ଜିଲ୍ଲାର କେଦାରନାଥ ମନ୍ଦିରରେ ପହଞ୍ଚିଛନ୍ତି । ସେଠାରେ ମୋଦି ପୂଜାର୍ଚ୍ଚନା କରିବା ସହ ରୁଦ୍ରାଭିଷେକ ମଧ୍ୟ କରିଛନ୍ତି । ଏହା ସହ ଆଦି ଶଙ୍କରାଚାର୍ଯ୍ୟଙ୍କର ଏକ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି ।

୧୨ ଫୁଟ ଉଚ୍ଚତା ଓ ୩୫ ଟନ ଓଜନର ଏହି ମୂର୍ତ୍ତିକୁ ମନ୍ଦିର ପରିସରରେ ସ୍ଥାପନ କରାଯାଇଛି । ଏହା ସହିତ ସେଠାରେ ଚାଲିଥିବା ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି । ଏହା ସହିତ ୧୩୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିଛନ୍ତି ।

ବାବା କେଦାରନାଥଙ୍କୁ ଦର୍ଶନ ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ବାବା କେଦାରନାଥଙ୍କ ଦର୍ଶନ ବର୍ଣ୍ଣନା କରିବାକୁ ମୋ ପାଖରେ ଭାଷା ନାହିଁ ଓ ଆଦି ଶଙ୍କରାଚାର୍ୟ୍ୟଙ୍କ ସମାଧିର ଦିବ୍ୟ ଅନୁଭୂତି ମତେ ବିମୋହିତ କରିଛି । ଆମ ମହାନ ଦେଶରେ ପ୍ରାଚୀନ କାଳରୁ ଋଷି ପରମ୍ପରା ରହିଆସିଛି । ଭାରତରୁ କୋଣ ଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ଆଧ୍ୟାତ୍ମିକତାର ବାର୍ତ୍ତା ପ୍ରଚାର କରୁଛନ୍ତି ଓ ଏଠାରେ ହେଉଥିବା ଉନ୍ନତିମୂଳକ କାର୍ୟ୍ୟ ଶ୍ରଦ୍ଧାଳୁ ମାନଙ୍କୁ ଆକୃଷ୍ଟ କରିବ ବୋଲି ମଧ୍ୟ ସେ କହିଛନ୍ତି ।

Show More

Related Articles

Back to top button