Breaking PLUSଖେଳବ୍ୟକ୍ତିତ୍ୱମନୋରଞ୍ଜନମୁଖ୍ୟ ଖବର

ହାପି ବର୍ଥ ଡେ ‘ବିରାଟ’

ଆଜି ଭରତୀୟ କ୍ରିକେଟର ବିରାଟ କୋହଲିଙ୍କ ଜନ୍ମଦିନ । କୋହଲି ଆଜି ୩୩ ବର୍ଷ ବୟସରେ ପାଦ ଥାପିଛନ୍ତି । ୧୯୮୮ ମସିହା ଆଜିର ଦିନରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ କୋହଲି । ଭାରତୀୟ କ୍ରିକେଟ ଟିମରେ ସାମିଲ ହେବା ପୂର୍ବରୁ ଅଣ୍ଡର-୧୯ ଟିମରେ ସେ ଦକ୍ଷତା ପ୍ରତିପାଦନ କରିଛନ୍ତି । ବିରାଟ ବର୍ତ୍ତମାନ ଭାରତୀୟ ଦିନିକିଆ ଦଳ ଓ ଟି-୨୦ ଦଳର କ୍ୟାପ୍ଟେନ ଅଛନ୍ତି ।

ଏଥିସହ ଆଇପିଏଲ ରୟାଲ ଚ୍ୟାଲେଞ୍ଜର୍ ବାଙ୍ଗାଲୋରର ମଧ୍ୟ ଅଧିନାୟକ ଅଛନ୍ତି । ଦିଲ୍ଲୀକୁ ପ୍ରତିନିଧିତ୍ୱ କରିସାରିବା ପରେ ତାଙ୍କୁ ୧୯ ବର୍ଷରୁ କମ ବିଶ୍ୱକପ ଦଳରେ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ସେ ମଧ୍ୟ ଭାରତକୁ ୧୯-ବର୍ଷରୁ କମ ବିଶ୍ୱକପ ବିଜେତା କରାଇଥିଲେ ।ଏହାର କିଛି ମାସ ପରେ ଭାରତୀୟ ଟିମରେ ତାଙ୍କୁ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବାର ସୁଯୋଗ ମିଳିଥିଲା । ତାଙ୍କ ଉନ୍ନତ ପ୍ରଦର୍ଶନ ପାଇଁ ସେ ୨୦୧୧ ବିଶ୍ୱକପ ଦଳରେ ନିଜର ସ୍ଥାନ ବଜାୟ ରଖିପାରିଥିଲେ । କିଙ୍ଗଷ୍ଟନ ଠାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ସେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲେ । ୨୦୧୨ ଏବଂ ୨୦୧୭ରେ ସେ ଦିନିକିଆର ସର୍ବଶ୍ରେଷ୍ଠ ଖେଳାଳି ଭାବେ ଆଇସିସିରୁ ଏବଂ ନିଜ ଉନ୍ନତ ପ୍ରଦର୍ଶନ ଯୋଗୁଁ ବିସିସିଆଇରୁ ଅର୍ଜୁନ ପୁରସ୍କାର ମଧ୍ୟ ପାଇସାରିଛନ୍ତି ବିରାଟ । ସେହିପରି ୨୦୧୮ରେ ଭାରତୀୟ କ୍ରୀଡାର ସର୍ବଶ୍ରେଷ୍ଠ ସମ୍ମାନ ରାଜୀବ ଗାନ୍ଧୀ ଖେଳରତ୍ନରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ତାଙ୍କୁ ମଧ୍ୟ ଭାରତର ରନ୍ ମେସିନ୍ ବୋଲି କୁହାଯାଏ

Show More

Related Articles

Back to top button