ଦେଶଦେଶ ବିଦେଶବ୍ୟକ୍ତିତ୍ୱସ୍ୱତନ୍ତ୍ର

ଜାପାନର ପୂର୍ବ ପ୍ରଧାନମନ୍ତ୍ରୀଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ଯୋଗ ଦେବାପାଇଁ ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନରେ ପହଞ୍ଚିଛନ୍ତି । ଟୋକିଓର ଚିୟୋଦା ବୁଦୋକନରେ ଆୟୋଜିତ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏହାପରେ ସିଞ୍ଜୋ ଆବେଙ୍କ ପତ୍ନୀ ଏବଂ ପିଏମ ଫୁମିଓ କିଶିଦାଙ୍କୁ ସମବେଦନା ବ୍ୟକ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଅନୁମାନ କରାଯାଉଛି ଯେ, ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାର ରେ ୨୦ ରୁ ଅଧିକ ରାଷ୍ଟ୍ରାଧ୍ୟକ୍ଷଙ୍କ ସହ ୧୦୦ ରୁ ଅଧିକ ଦେଶର ପ୍ରତନିଧି ଭାଗ ନେବେ । ଭାରତ ସିଞ୍ଜୋ ଆବେଙ୍କ ସମ୍ମାନରେ ୯ ଜୁଲାଇ ୨୦୨୨ କୁ ଏକ ଦିବସୀୟ ରାଷ୍ଟ୍ରୀୟ ଶୋକର ଘୋଷଣା କରିଥିଲେ । କହିରଖୁଛୁ ଯେ ସିଞ୍ଜୋ ଆବେଙ୍କୁ ଭାରତ ଏବଂ ଜାପାନ ସମ୍ବନ୍ଧକୁ ମଜବୁତ କରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଭାବରେ ମନେ ପକାଯାଏ ।

 

Show More

Related Articles

Back to top button