ଅପରାଧଆଇନ କାନୁନଓଡ଼ିଶାଦେଶମୁଖ୍ୟ ଖବର

ଲୁଟେରା ଘରେ ପଶି ଘର ମାଲିକଙ୍କୁ ହତ୍ୟା

ଯାଜପୁର : ଲୁଟ୍‌ କରିବା ଉଦ୍ଦେଶ୍ୟରେ ଘରେ ପଶିଥିଲେ ଲୁଟେରା। ହେଲେ ଘର ମାଲିକ ପ୍ରତିବାଦ କରିବା ସହ ଚିତ୍କାର କରିବାକୁ ହିତାହିତ ଜ୍ଞାନ ଭୁଲି ବସିଲେ ଲୁଟେରା। ଏଥିରେ ଉତ୍ତ୍ୟକ୍ତ ହୋଇ ମାରଣାସ୍ତ୍ରରେ ଘର ମାଲିକଙ୍କ ଉପରକୁ ଆକ୍ରମଣ କଲେ। ଏହି ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ଘର ମାଲିକ ଶେଷରେ ମୃତ୍ୟୁବରଣ କରିଛନ୍ତି। ଏପରି ଅଭାବନୀୟ ଘଟଣା ଘଟିଛି ଗତକାଲି ରାତିରେ ଯାଜପୁର ଜିଲ୍ଲା ବରି ରାମଚନ୍ଦ୍ରପୁର ଥାନା ଚଟୁମାରି ଗ୍ରାମରେ। ମୃତକ ହେଲେ ଚଟୁମାରି ଗ୍ରାମର ବିଶ୍ୱ ରଞ୍ଜନ ବିଶ୍ୱାଳ । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବିଶ୍ୱ ରଞ୍ଜନଙ୍କ ଘରେ ଚୋର ପଶିଥିଲେ। ଏହି ସମୟରେ ଘର ବାରଣ୍ଡାରେ ଶୋଇଥିବା ବିଶ୍ୱ ରଞ୍ଜନ ନିଦରୁ ହଠାତ୍‌ ଉଠି ପଡ଼ିଥିଲେ। ଆଖି ଆଗରେ  ଲୁଟେରାଙ୍କୁ ଦେଖି  ସେ ଚିତ୍କାର କରିଥିଲେ। ତାଙ୍କ  ଚିତ୍କାର ଶୁଣି ଲୋକେ ଏକାଠି ହୋଇଯିବେ ଭାବି ଲୁଟେରାମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ବିଶ୍ୱ ରଞ୍ଜନଙ୍କ ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ବରି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେତୁ ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ପାଇ ବରି-ରାମଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଲୁଟେରାଙ୍କ ସନ୍ଧାନ ଏଯାଏ ମିଳିନାହିଁ।

Show More

Related Articles

Back to top button