ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ପ୍ରାକ ଶୀତରେ ଓଠର ଯତ୍ନ

ଶୀତର ଲହରୀ ଯଦିଓ ଆରମ୍ଭ ହୋଇନାହିଁ, ହେଲେ ଶୀତୁଆ ସକାଳର ପରଶ ଏବେ ଅନୁଭବ କରିହେଉଛି। ଶୀତଦିନେ ତ୍ବଚା ଓ କେଶର ଯତ୍ନ ନେବା ଜରୁରୀ। କାରଣ ଥଣ୍ଡା ପାଗର ପ୍ରଭାବରେ କେଶ ଝଡ଼ିବା ସହ ତ୍ବଚା ଶୁଷ୍କ ହେବା ଓ ଅନ୍ୟାନ୍ୟ ସମସ୍ୟା ଉପୁଜେ

ଶୀତର ଆରମ୍ଭରୁ ଓଠ ଫାଟିଥାଏ। ସରଳ ଘରୋଇ ଉପଚାରରେ ଓଠର ଯତ୍ନ ନେଇହେବ।
-ବଜାରରେ ବିଭିନ୍ନ କମ୍ପାନୀର ଲିପ୍‌-ସ୍କ୍ରବ୍ ମିଳୁଛି। ସେସବୁ ବ୍ୟବହାର କରିବା ପରିବର୍ତ୍ତେ ଘରେ ସ୍କ୍ରବ୍ ତିଆରି କରି ଓଠରେ ଲଗାନ୍ତୁ। ଏପରି କଲେ ଓଠରୁ ମୃତକୋଷିକା ବାହାରିବା ସହ ଫଟା ସମସ୍ୟା ହୋଇନଥାଏ। ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତରେ ଚିନି-ମହୁ ଏକ ଉତ୍ତମ ଓଠ ସ୍କ୍ରବ୍। ଅନ୍ୟ ପ୍ରକାରର ସ୍କ୍ରବ୍ ମଧ୍ୟ ଉପଯୋଗ କରିପାରିବେ।


-ଏକ ଛୋଟ ପାତ୍ରରେ ପ୍ରଥମେ ଚିନି ୨ ଚାମଚକୁ ଦରଦର କରି ବାଟି ରଖନ୍ତୁ। ସେଥିରେ ନଡ଼ିଆ ତେଲ ଅଳ୍ପ, ଭିଟାମିନ୍ ଇ ତେଲ ମିଶାଇ ରଖିବେ। ସାମଗ୍ରୀକୁ ଭଲରେ ମିଶାଇବା ପରେ ସେଥିରେ ଅଧ ଚାମଚ ଡାଲଚିନି ଗୁଣ୍ଡ ମିଶାଇ ଏକ ଛୋଟ ଡବାରେ ଭର୍ତ୍ତି କରିଦେବେ। ​ଦୈନିକ ସକାଳବେଳା ସ୍ନାନ ସମୟରେ ଏହି ସ୍କ୍ରବ୍‌କୁ ଓଠରେ ଲଗାନ୍ତୁ। ୨-୩ ମିନିଟ୍ ଓଠରେ ମାଲିସ୍ କରିବା ପରେ ଥଣ୍ଡା ପାଣିରେ ଧୋଇନେବେ। ଆପଣ ନିଜେ ମଧ୍ୟ ଅନୁଭବ କରିପାରିବେ ଓଠର କୋମଳତା। ଏବେ ଓଠରେ ଘି-କୁଆଁରୀ ରସ ଲଗାଇ କିଛି ସମୟ ଛାଡ଼ିଦେବେ। ସୌନ୍ଦର୍ଯ୍ୟ ବିଶେଷଜ୍ଞ ଶେହନାଜ୍ ହୁସୈନ୍‌ଙ୍କ ମତରେ ଏହା ଏକ ସରଳ ପ୍ରାକ୍-ଶୀତ ଓଠର ଉପଚାର। ନିୟମିତ ଏପରି କଲେ ଓଠ ଫଟା ସମସ୍ୟା ହୋଇନଥାଏ।
-ଲିିପ୍‌ଷ୍ଟିକ୍ ଲଗାଉଥିଲେ, ଘରକୁ ଫେରି ତୁରନ୍ତ ରିମୁଭର୍‌ରେ ପୋଛି ଏଇ ସ୍କ୍ରବ୍ ଲଗାଇପାରିବେ। ନିୟମିତ ଭାବେ ଘିଅ ଲଗାଇଲେ ଓଠର ରଙ୍ଗ ଗୋଲାପୀ ହେବା ସହ ଫଟା ମଧ୍ୟ କମ୍ ହୋଇଥାଏ।

Show More

Related Articles

Back to top button