ଜୀବନଚର୍ଯ୍ୟାସ୍ୱାସ୍ଥ୍ୟ

ଆସିଲାଣି ଶୀତଦିନ, ଆପଣାନ୍ତୁ ଏହିସବୁ ଉପାୟ

ଧିରେ ଧିରେ ଶୀତ ଅନୁଭବ ହେଲାଣି। ଶୀତଦିନେ ଥଣ୍ଡାର ପ୍ରଭାବରେ ତ୍ୱଚା ଶୁଷ୍କ ଓ ଏହାର ଚମକ ହ୍ରାସ ପାଇଥାଏ। ଶୀତଦିନେ ସାଧାରଣତଃ ତ୍ୱଚାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ। ଜାଣନ୍ତୁ ଶୀତଦିନେ ତ୍ୱଚା ଓ କେଶର ବିଭିନ୍ନ ସମସ୍ୟାକୁ ଦୂର କରିବାର କିଛି ସହଜ ଉପାୟ-

ଗ୍ଲିସରିନ, ଗୋଲାପ ଜଳ ଓ ଲେମ୍ବୁ ରସର ମିଶ୍ରଣରେ ପ୍ରସ୍ତୁତ ହେଉଥିବା ସିରମ ଆପଣଙ୍କ ତ୍ୱଚାକୁ ଶୀତ ଦିନେ କୋମଳ ଓ ଚମକପ୍ରଦ କରିଥାଏ। ଥଣ୍ଡା ସମୟରେ ତ୍ୱଚାର ଶୁଷ୍କପଣ ଦୂର କରିବା ପାଇଁ ଏହାକୁ ରାମବାଣ କହିଲେ ଭୁଲ ହେବ ନାହିଁ। ଏହାସହ ଏହି ସିରମ ମୁହଁର ଦାଗ ମଧ୍ୟ ଦୂର କରିଥାଏ।
କଫି –
ଶୀତଦିନେ ତ୍ୱଚା ପାଇଁ କଫିର ବ୍ୟବହାର ଖୁବ ହିତକାରକ। କଫିରେ ଏକ ଚାମଚ ନଡ଼ିଆ ତେଲରେ ମିଶାଇ ଏହାକୁ ଗରମ କରନ୍ତୁ। କଫି ତରଳିବାପରେ ଆଞ୍ଚରୁ କାଢି ଏହାକୁ ଥଣ୍ଡା କରି ମୁହଁରେ ଓ ନିଜ ଇଚ୍ଛା ମୁତାବକ ହାତ ଓ ଗୋଡ଼ରେ ଲଗାଇ ପାରିବେ। ଏହାକୁ ଲଗାଇ କିଛି ସମୟ ରଖିବା ପରେ କଫି ଶୁଖିଯିବ ଓ ତେଲ ଅଂଶ ତ୍ୱଚା ମଧ୍ୟକୁ ପ୍ରବେଶ କରିବ। କଫି ଶୁଖିଗଲେ ସାମାନ୍ୟ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ। ଏହି ଉପାୟ ସପ୍ତାହକୁ ଥରେ କରିବା ଦ୍ୱାରା ନିଜେ ଏହାର ଚମତ୍କାରିତା ଅନୁଭବ କରିବେ।

ଅଲିଭ ଅଏଲ୍‍ –
ବାହାରୁ ଘରକୁ ଆସିବା ପରେ କ୍ଲିଜରରେ ମୁହଁ ପୋଛିବା ପରେ ଅଲିଭ ଅଏଲ୍‍ ନେଇ ତ୍ୱଚାରେ ମାଲିସ କରନ୍ତୁ। ଏହା ପରେ ତଉଲିଆକୁ ଉଷୁମ କରି କିଛି ସମୟ ମୁହଁରେ ଲଗାନ୍ତୁ। ଏହି ଉପାୟ ମୁହଁର ଚମକ ବୃଦ୍ଧି କରିଥାଏ। ଏହା ପ୍ରାକୃତିକ ମଶ୍ଚରାଇଜରର କାର୍ୟ୍ୟ କରିଥାଏ।
କେଶ ପାଇଁ ଉପାୟ –
ଯଦି ଆପଣ ତୁରନ୍ତ ରୂପି ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଦହିରେ ଅଣ୍ଡାର ଧଳା ଅଂଶକୁ ମିଶାଇ ଏହାକୁ କେଶ ମୂଳରେ ମାଲିସ କରି ୩୦ ମିନିଟ ରଖନ୍ତୁ। ୩୦ ମିନିଟ ପରେ ମୁଣ୍ଡ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏହାକୁ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ। କେଶ ରେଶମୀ ହୋଇଥାଏ।
ଶୀତ ଦିନରେ ସୋରିଷ ତେଲକୁ ସାମାନ୍ୟ ଉଷୁମ କରି କିମ୍ବା ନଡ଼ିଆ ତେଲକୁ ଅଳ୍ପ ଉଷୁମ କରି କେଶ ମୂଳରେ ମାଲିସ କରନ୍ତୁ। ଏପରି କରିବା ଦ୍ୱାରା ରକ୍ତ ସଞ୍ଚାଳନ ସଠିକ ଭାବେ ହୋଇଥାଏ। ରୂପି ଦୂର ହୋଇଥାଏ। ଆରମ ମଧ୍ୟ ଅନୁଭବ ହୋଇଥାଏ।
ଲେମ୍ବୁ ଓ ମହୁ ମିଶାଇ କେଶ ମୂଳରେ ଲଗାଇଲେ ରୂପି ସମସ୍ୟା ଦୂର ହୋଇଥାଏ। ଲେମ୍ବୁରେ ପୋଷକ ତତ୍ତ୍ୱ ଓ ମହୁ ମିଶ୍ରଣ କେଶ ପାଇଁ ଖୁବ ଉତ୍ତମ। ସପ୍ତାହକୁ ୨ କିମ୍ବା ୩ ଥର ଏହାକୁ ଲଗାଇ ୨୫ ମିନିଟ ରଖି ସାମ୍ପୁ କରି ଦିଅନ୍ତୁ।

Show More

Related Articles

Back to top button