Breaking PLUSଦେଶମୁଖ୍ୟ ଖବର

ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ୟୁପି ଗସ୍ତ

ନୂଆଦିଲ୍ଲୀ- ଆଜିଠୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଉତ୍ତରପ୍ରଦେଶ ଗସ୍ତ । ଡିସେମ୍ବର 11ରେ ରାଷ୍ଟ୍ରପତି ବାରଣାସୀରେ ମହାତ୍ମା ଗାନ୍ଧି କାଶୀ ବିଦ୍ୟାପୀଠର 45ତମ ଦୀକ୍ଷାନ୍ତ ସମାରୋହରେ ସାମିଲ ହେବ । ଏନେଇ ପିଆଇବି ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି । ଏହାପରେ ରାଷ୍ଟ୍ରପତି ଲକ୍ଷ୍ନୌରେ ଡିଭାଇନ ହାର୍ଟ ଫାଉଣ୍ଡେସନର 27ବର୍ଷ ପୂରଣ ଅବସରରେ ଆୟୋଜିତ ସମାରୋହରେ ଯୋଗ ଦେବେ । 12ତାରିଖ ଦିନ ରାଷ୍ଟ୍ରପତି ଭାରତୀୟ ସୂଚନା ପ୍ରଦ୍ୟୋଗିକ ସଂସ୍ଥାନ ଲକ୍ଷ୍ନୌର ଦ୍ୱିତୀୟ ଦୀକ୍ଷାନ୍ତ ସମାରୋହରେ ସାମିଲ ହେବେ ।

Show More

Related Articles

Back to top button