Breaking PLUSଦେଶମୁଖ୍ୟ ଖବର

ଆଜି ଦଲାଇଲାମାଙ୍କ ସିକ୍କିମ ଗସ୍ତ

ଗ୍ୟାଙ୍ଗଟକ-ଆଧ୍ୟାତ୍ମିକ ଗୁରୁ 14ତମ ଦଲାଇଲାମାଙ୍କର ଆଜିଠୁ ଚାରି ଦିବସୀୟ ସିକ୍କିମ ଗସ୍ତ ।ଡିସେମ୍ବର 12ରେ ଗ୍ୟାଙ୍ଗଟକରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଭାଗ ନେବେ । ଡିସେମ୍ବର 14ରେ ଦଲାଇଲାମା ସିକିମରୁ ଫେରିବେ ।
ଦଲାଇଲାମାଙ୍କ ଆଗମନକୁ ନେଇ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତାଙ୍କ ଦର୍ଶନ ପାଇଁ ସିକ୍କିମର ସମସ୍ତ 6ଟି ଜିଲ୍ଲା ସମେତ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଅନୁଗାମୀ ଉପସ୍ଥିତ ରହିବେ । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ଓ ଯାତାୟତ ସୁପରିଚାଳନା ନିମନ୍ତେ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
ମଙ୍ଗଳବାର ଦଲାଇ ଲାମା ପ୍ଲଜୋର ଷ୍ଟାଡିୟମରେ ପ୍ରବଚନ ଦେବା ସହ ନିଜର ଅନୁଗାମୀଙ୍କୁ ଆଶୀର୍ବାଦ ପ୍ରଦାନ କରିବେ ।

Show More

Related Articles

Back to top button