Breaking PLUSଓଡ଼ିଶାମୁଖ୍ୟ ଖବର

କେନ୍ଦୁଝରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ଗରିବଙ୍କ ଉନ୍ନତି ପାଇଁ ଉଦ୍ଦିଷ୍ଟ ହୋଇଥିଲେ ହେଁ ପର୍ଯ୍ୟାପ୍ତ ମାଧ୍ୟମ ଅଭାବରୁ କେତେକ ଯୋଜନା ଆଦିବାସୀ ଗୋଷ୍ଠୀଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ପରିମଳ ଓ ପାନୀୟ ଜଳ ସଂକ୍ରାନ୍ତ କେନ୍ଦ୍ର ସରକାରଙ୍କ ଅନେକ ଯୋଜନା ସେମାନଙ୍କ ପାଖରେ ପହଞ୍ଚି ପାରୁ ନ ଥିବାରୁ ବିଶେଷ କରି ଓଡ଼ିଶାର ଆଦିବାସୀ ଜନସଂଖ୍ୟା ଏକ କଠିନ ପରିସ୍ଥିତିରେ ଜୀବନ ଯାପନ କରୁଥିବା ରାଷ୍ଟ୍ରପତି କହିଛନ୍ତି।
୪ ଦିନିଆ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଆଜି ସକାଳେ ଏକ ସ୍ୱତନ୍ତ୍ର ବିମାନ ଯୋଗେ କେନ୍ଦୁଝର ଜିଲ୍ଲାର ରାଇଶୁଆ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସେ ଗୋନାସିକା କଦଳୀବାଡ଼ି ଗାଁରେ ରହୁଥିବା ଜୁଆଙ୍ଗ ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଭେଟିଥିଲେ। କେନ୍ଦ୍ର ସରକାରଙ୍କ ସମସ୍ତ ଯୋଜନାର ଲାଭ ଉଠାଇବା ପାଇଁ ଜୁଆଙ୍ଗ ଜନଜାତିର ଲୋକମାନେ ନିଜକୁ ଶିକ୍ଷିତ କରିବାକୁ ସେ ଅନୁରୋଧ କରିଥିଲେ। ଆଦିବାସୀ ସମ୍ପ୍ରଦାୟର ବିକାଶ ପାଇଁ କେନ୍ଦ୍ର ପର୍ଯ୍ୟାପ୍ତ ପାଣ୍ଠି ଯୋଗାଇ ଦେଉଛି ବୋଲି ସେ କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଥିଲେ ଯେ ଆଦିବାସୀ ସମ୍ପ୍ରଦାୟର ସମସ୍ତ ଲୋକ ସାମାଜିକ ଓ ଅର୍ଥନୈତିକ ଭାବେ ସମୃଦ୍ଧ ହେଲେ ହିଁ ଦେଶ ସମୃଦ୍ଧ ହୋଇପାରିବ।

Show More

Related Articles

Back to top button