Breaking PLUSଓଡ଼ିଶାମୁଖ୍ୟ ଖବର

ମାର୍ଚ୍ଚରୁ ଅସହ୍ୟ ହେଲାଣି ତାତି

ଭୁବନେଶ୍ୱର, 1 ମାର୍ଚ୍ଚ – ଅସହ୍ୟ ହେବ ମାର୍ଚ୍ଚ । ସକାଳ ୭ଟାରୁ ପ୍ରବଳ ଖରା ଅନୁଭୂତ ହେଉଛି । ଦିନ ତମାମ ଗରମ ଗୁଳୁଗୁଳିର ପ୍ରଭାବ ରହିଛି । ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୪ ଦିନ ଯାଏଁ ତାତିରୁ ନିସ୍ତାର ନାହିଁ । ଉଭୟ ରାତ୍ରି ଓ ଦିନ ତାପମାତ୍ରା ବୃଦ୍ଧି ହେବ । ଗତକାଲି ଠାରୁ ଆଜିର ତାପମାତ୍ରା ବୃଦ୍ଧି ହେବ । ୨ରୁ୩ ଡିଗ୍ରୀ ରାତ୍ରି ତାପମାତ୍ରା ବଢ଼ିବ । ପଶ୍ଚିମାଝଡ଼ର ଆଗମନ ରହିଛି । ପ୍ରଭାବରେ ରାଜ୍ୟ ମଧ୍ୟକୁ ଶୁଷ୍କ ବାୟୁ ପ୍ରବେଶ କରିବ । ଯାହା ଫଳରେ ଦିନ ତାପମାତ୍ରା ସାମାନ୍ୟ ବୃଦ୍ଧି ହେବ । ସେପଟେ ଏଲିନିର ପ୍ରକ୍ରିୟା ଧୀରେ ଧୀରେ କମ ହେଉଛି । ଫଳରେ ମୌସୁମୀ ପରବର୍ତ୍ତୀ ସମୟରେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମୌସୁମୀ ପ୍ରଭାବ କମ ରହିବ । ତେବେ ୪ରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ବର୍ତମାନ ନିର୍ଦ୍ଧିଷ୍ଟ କୌଣସି ପାଣିପାଗ ନିୟାମକ ନଥିବା ବେଳେ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ଗତକାଲି ମାଲକାନଗିରିରେ ୩୭ ଡିଗ୍ରୀ ରେକର୍ଡ କରାଯାଇଥିଲା । ଭୁବନେଶ୍ଵରରେ ୩୪.୭ ଡିଗ୍ରୀ ଓ କଟକରେ ୩୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

Show More

Related Articles

Back to top button