ଓଡ଼ିଶାପାଣିପାଗମୁଖ୍ୟ ଖବର

‘ଗୁଲାବ’ ନେଇ ଗଜପତି ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଗୁଲାବ’ ନେଇ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ସତର୍କ ହୋଇଯାଇଛନ୍ତି । ବାତ୍ୟା ଧୀରେ ଧୀରେ ସ୍ଥଳଭାଗ ଆଡ଼କୁ ମୁହାଁଉଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଛି । ଗଜପତି ଜିଲ୍ଲାର ୭ଟି ବ୍ଲକରୁ ୧୫ଟି ଗାଁରୁ ଶନିବାର ସନ୍ଧ୍ୟା ସୁଦ୍ଧା ୧୫ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୫୮୬ ଜଣଙ୍କୁ ରଖାଯାଇଛି । ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ବାତ୍ୟା ‘ଗୁଲାବ’ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ଉପକୂଳ ଆଡ଼କୁ ମୁହାଁଇଛି । ଭାରତୀୟ ପାଣିପାଗ ବିଭାଗ ବାତ୍ୟା ‘ଗୁଲାବ’ ସଂପର୍କରେ ସୂଚନା ଦେଇ କହିଛି ଯେ ଆଜି (ଶନିବାର) ଅପରାହ୍ନ ୫ଟା୩୦ ସୁଦ୍ଧା ବାତ୍ୟା ‘ଗୁଲାବ’ ବଙ୍ଗୋପସାଗର ମଧ୍ୟରେ ଓଡ଼ିଶାର ଗୋପାଳପୁର ଠାରୁ ୩୭୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟନମ୍‌ ଠାରୁ ୪୪୦ କିଲୋମିଟର ଦୂରରେ ରହିଛି ଆସନ୍ତାକାଲି (ରବିବାର) ସନ୍ଧ୍ୟା ସୁଦ୍ଧା ବାତ୍ୟା ‘ଗୁଲାବ’ ଓଡ଼ିଶାର ଗୋପାଳପୁର ଓ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ଏହାର ପ୍ରଭାବରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସହ ଘଣ୍ଟାପ୍ରତି ୧୦୦ କିଲୋମିଟରରୁ ଉର୍ଦ୍ଧ୍ୱ ବେଗରେ ପବନ ବହିବ ।

Show More

Related Articles

Back to top button